Odisha Govt Issues Alert Ahead of Statewide Bandh Called by Farmer Groups
ଆସନ୍ତାକାଲି ନଵନିର୍ମାଣ କୃଷକ ସଂଗଠନ ଏବଂ ଅନ୍ୟାନ୍ୟ ସହଯୋଗୀ ସଂଗଠନଗୁଡ଼ିକ ପକ୍ଷରୁ ସକାଳ ୬ରୁ ଦିନ ୨ଟା ଯାଏଁ ୮ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଗୃହ ବିଭାଗ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜରୁରୀକାଳୀନ ସେବା ପ୍ରଭାବିତ ନ ହେବା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛି ।
 
ଗୃହ ବିଭାଗର ନିର୍ଦ୍ଦେଶ ଅନୁଯାୟୀ କାଲି ସମସ୍ତ ସରକାରୀ ଅଫିସର କାର୍ଯ୍ୟ ସୁରୁଖୁରରେ ଚାଲିବା ଉପରେ ଫୋକସ୍ ରହିବ । ଗମନାଗମନ ଓ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
 
ରାଜ୍ୟଵ୍ୟାପୀ ଧାନ କିଣାରେ ଅବ୍ୟବସ୍ଥା, ଟୋକନ ଓ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଭଳି ଅଭିଯୋଗ ଆଣି ରାଜ୍ୟରେ ଚାଷୀ ମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଓଡିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଙ୍ଗଠନ । ଏହି ବନ୍ଦରେ ଜରୁରୀ ସେବା ଗୁଡ଼ିକ ଖୋଲା ରହିବ କହିଛନ୍ତି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ।
odisha-govt-issues-alert-ahead-of-statewide-bandh-called-by-farmer-groups
 
 

By Nirvay

Leave a Reply

Your email address will not be published. Required fields are marked *