ଭାରତର ପ୍ରଖ୍ୟାତ ସାମ୍ୱାଦିକ ମାର୍କ ଟଲିଙ୍କ ପରଲୋକ । ୯୦ ବର୍ଷ ବୟସରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। ମାର୍କ ଟୁଲି ଗତ କିଛି ଦିନ ଧରି ଅସୁସ୍ଥ ଥିଲେ ଏବଂ ଗତ ସପ୍ତାହ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।

ବିବିସି ଇଣ୍ଡିଆର ବ୍ୟୁରୋ ଚିଫ୍‌ ଥିଲେ ମାର୍କ ଟଲି । ୨୦୦୫ ମସିହାରେ ପଦ୍ମ ଭୂଷଣରେ ସମ୍ମାନିତ ହୋଇଥିଲେ । ମାର୍କ ଟୁଲି ଦୀର୍ଘ ୨୨ ବର୍ଷ ଧରି ବିବିସିର ନୂଆ ଦିଲ୍ଲୀ ବ୍ୟୁରୋ ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ। ସେ ବିବିସି ରେଡିଓ ୪ କାର୍ଯ୍ୟକ୍ରମ “ସମଥିଂ ଅଣ୍ଡରଷ୍ଟୁଡ୍”ର ଜଣେ ପ୍ରସିଦ୍ଧ ଲେଖକ ଏବଂ ଉପସ୍ଥାପକ ମଧ୍ୟ ଥିଲେ। ୨୦୦୫ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରିଥିଲେ। ସେ ଭାରତ ପାଇଁ ଗର୍ବ ଅନୁଭବ କରିଥିବା କହିଛନ୍ତି।

ମାର୍କ ଟୁଲି ଭାରତ ଉପରେ ଅନେକ ପୁସ୍ତକ ଲେଖିଛନ୍ତି, ଯେଉଁଥିରେ ‘ନୋ ଫୁଲ୍ ଷ୍ଟପ୍ସ ଇନ୍ ଇଣ୍ଡିଆ’, ‘ଇଣ୍ଡିଆ ଇନ୍ ସ୍ଲୋ ମୋସନ୍’ ଏବଂ ‘ଦି ହାର୍ଟ ଅଫ୍ ଇଣ୍ଡିଆ’ ଅନ୍ତର୍ଭୁକ୍ତ।

Leave a Reply

Your email address will not be published. Required fields are marked *