ଜାମ୍ମୁ କଶ୍ମୀରରୁ ଏକ ଦୁଃଖଦ ଖବର ଆସିଛି । ଦୁର୍ଘଟଣାରେ ୧୦ ଜଣ ଯବାନ ସହିଦ ହୋଇଛନ୍ତି । ଗୁରୁବାର ଡୋଡା ଜିଲ୍ଲାରେ ଏକ ୨୦୦ ଫୁଟ୍ ଘାଇକୁ ସେନାର ଗାଡ଼ି ଖସିପଡ଼ିବା ଫଳରେ ୧୦ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ଜଣାପଡ଼ିଛି । ଆହତ ଯବାନ ଉଦ୍ଧମପୁର କମାଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସୂଚନା ଯୋଗ୍ୟ; ଡୋଡା ଜିଲ୍ଲାର ଭଡେରୱାହ-ଚାମ୍ବା ରାସ୍ତାର ଖନ୍ନି ନିକଟରେ ସେନାର ଗାଡ଼ି ଦୁର୍ଘଟଣା ଘଟିଛି । ଗାଡ଼ିଟି ଏକ ଘାଇ ନିକଟରେ ଚାଳକ ଭାରସାମ୍ୟ ହରାଇ ପ୍ରାୟ ୨୦୦ ଫୁଟ୍ ତଳକୁ ଖସିପଡ଼ିଥିଲା । ଦୁର୍ଘଟଣାରେ ୧୦ ଜଣ ସୈନିକ ସହିଦ ହୋଇଛନ୍ତି, ଏବଂ ଏକାଧିକ ଆହତ ହୋଇଛନ୍ତି।

ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଖାଇରେ ପଡ଼ିଥିବା ଗାଡ଼ିଟି ବୁଲେଟ୍‌ପ୍ରୁଫ୍ ଥିଲା। ଏଥିରେ ମୋଟ ୧୭ ଜଣ ସୈନିକ ଥିଲେ। ସେମାନେ ଏକ ଉଚ୍ଚ ପୋଷ୍ଟକୁ ଯାଉଥିଲେ। ଘଟଣାସ୍ଥଳରୁ ୪ ଜଣ ଯବାନଙ୍କ ମୃତ ଦେହ ମିଳିଥିଲା । ଅନ୍ୟ ୯ ଜଣଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଧମପୁରସ୍ଥିତ ସେନା ହସ୍ପିଟାଲକୁ ଏୟାରଲିପ୍ଟ କରାଯାଇଥିଲା । ଆହତମାନଙ୍କ ମଧ୍ୟରୁ ୬ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଅଧିକାରୀମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *