ବୁଧବାର ଦିନ ଭୁବନେଶ୍ୱରସ୍ଥିତ ପଳାସୁଣୀ ଅଞ୍ଚଳରେ ଏକ ଟ୍ୟାଙ୍କରରୁ ତେଲ ଲିକ୍ ହୋଇ ରାସ୍ତା ଉପରେ ତେଲ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ରିପୋର୍ଟ ଅନୁଯାୟୀ, ଟ୍ୟାଙ୍କରଟି ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା । ତେବେ ଟ୍ୟାଙ୍କରର ତେଲ ଚାମ୍ବର ଫାଟିଯିବାର ସଠିକ୍ କାରଣ ଜଣାପଡି ନାହିଁ । ରାସ୍ତାରେ ତେଲ ଭାସିବା ଫଳରେ ଯାତାୟାତ ଠପ୍ ହୋଇଯାଇଥିଲା ଏବଂ ଅଞ୍ଚଳରେ ପ୍ରବଳ ଭିଡ଼ ସୃଷ୍ଟି ହୋଇଥିଲା । ଟ୍ରାଫିକ୍ ଜାମ୍ ଫଳରେ ପଳାଶୁଣୀ ଏବଂ ରସୁଲଗଡ଼ ଛକ ମଧ୍ୟରେ ଶହ ଶହ ଯାନବାହନ ଅଟକି ରହିଥିଲା । ଗାଡ଼ି ଚଳାଚଳ ସ୍ୱାଭାବିକ କରିବାକୁ ପୋଲିସ ରାସ୍ତାରେ ବାଲି ପକାଇଥିଲା । Post navigation Thar Tragedy In Bhubaneswar: କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ