Thar hits container in Bhubaneswar, 3 dead
ବୁଧବାର ଦିନ ଭୁବନେଶ୍ୱରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଗଙ୍ଗପଡ଼ା ଅଞ୍ଚଳରେ, ଏନ୍‌ଏଚ୍‌ରେ କଣ୍ଟେନରକୁ ଥାର୍ ପଛରୁ ଧକ୍କା ଦେବା ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି ।
 
ଦୁର୍ଘଟଣାରେ ଥାର୍‌ ଗାଡ଼ି ସଂପୂର୍ଣ୍ଣ ଚୁର୍‌ମାର୍ଆ ହୋଇଯାଇଥିବାବେଳେ ଆଉ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ଗୁରୁତର ହୋଇଥିବା ଯୁବକକୁ ଏମ୍‌ସ କୁ ସ୍ଥାନାନ୍ତର କରାଯାଇଛି ।
 
କହିରଖୁଛୁ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଛକରେ ଏକ ଥାର୍‌ ଧକ୍କାରେ ଜଣେ ବୁଲେଟ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ପୁଣି ଆଜି ସକାଳେ ଚନ୍ଦକା ଥାନା ଅଞ୍ଚଳରେ ଏକ ଥାର ସହ ଭେନ୍ୟୁ ମୁହାଁମୁହିଁ ହେବ ଫଳରେ ରାସ୍ତା ଉପରେ ଥାର୍ ଓଲଟି ଥିଲା । ଦୁର୍ଘଟଣାରେ ଜଣେ ଆହତ ହୋଇଥିଲେ ।

By Nirvay

Leave a Reply

Your email address will not be published. Required fields are marked *