ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଘଟଣାକୁ ନେଇ ଆଜି ମୁହଁ ଖୋଲିଲେ ସୁପ୍ରିମୋ ନବୀନ । ନାଁ ନ ନେଇ କାହିଁକି ଅରବିନ୍ଦଙ୍କୁ ନିଲମ୍ବନ କଲେ ସେ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ କହିଛନ୍ତି ମୁଁ ଜଣଙ୍କୁ ବିଶ୍ବାସ କରି ସୁଯୋଗ ଦେଇଥିଲି, କିଛି କାମ କରିବାକୁ । ଆପଣଙ୍କ ନିର୍ବାଚନମଣ୍ଡଳୀ ପାଇଁ ଭଲ କାମ କରିବାକୁ ସୁଯୋଗ ଦେଇଥିଲି। କିନ୍ତୁ ଜାଣିଲି, ପାଟକୁରାବାସୀ ହଇରାଣ ହରକତ ହେଉଛନ୍ତି । ଦଳରେ ରହି ଯିଏ ଆପଣଙ୍କୁ ହଇରାଣ କରିବ ମୁଁ ତାକୁ ଦଳରୁ କାଢ଼ିଦିଏ । ଆପଣମାନଙ୍କ ପାଇଁ ଜଣେ ଭଲ ମୁଖିଆ ଆସିବେ । ସୂଚନା ଯୋଗ୍ୟ; ଆଜି ସନ୍ଧ୍ୟା ରେ ପାଟକୁରା ନିର୍ବାଚନ ମଣ୍ଡଳୀର ଶହ ଶହ ବିଜେଡି କର୍ମୀ ନବୀନ ନିବାସ ରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଙ୍କୁ ଭେଟି ପାଟକୁରା ବିଧାୟକ ଙ୍କୁ ନିଲମ୍ବନ ନିଷ୍ପତ୍ତି କୁ ସ୍ୱାଗତ କରିଥିଲେ। ଏହାସହିତ ଦଳ କୁ ମଜବୂତ କରିବାକୁ ଆଗାମୀ ଦିନ ରେ ସଭାପତି ଯାହା ନିଷ୍ପତ୍ତି ନେବେ ସେଥିପ୍ରତି ସେମାନଙ୍କର ଦୃଢ଼ ସମର୍ଥନ ମଧ୍ୟ ଘୋଷଣା କରିଥିଲେ। ପାଟକୁରା ରୁ ଆସିଥିବା କର୍ମୀ ମାନଙ୍କୁ ସମ୍ବୋଧନ କରି ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସବୁବେଳେ ଲୋକଙ୍କ ସେବା ରେ ବିଶ୍ୱାସ କରେ।ଲୋକଙ୍କ ସ୍ୱାର୍ଥ ବିରୋଧ ରେ ତଥା ଦଳ ବିରୋଧ ରେ କାମ କରୁଥିବା ବ୍ୟକ୍ତି ଯେତେ ଶକ୍ତିଶାଳୀ ହେଲେବି ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରାଯିବ। ଆଜି ପାଟକୁରା ବିଜେଡି କର୍ମୀ ମାନେ ଭେଟିବା ସମୟ ରେ ବିଧାୟକ ପ୍ରତାପ କେଶରୀ ଦେବ,ବିଧାୟକ ଧ୍ରୁବ ସାହୁ.,ସୁନୀଲ ମହାନ୍ତି,ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ,କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ପ୍ରତାପ ଜେନା ଙ୍କ ସମେତ କେନ୍ଦ୍ରାପଡ଼ା ର ୫ ଜଣ ଜିଲ୍ଲା ପରିଷଦ ସଭ୍ୟ,ପାଟକୁରା ର ଦୁଇ ବ୍ଲକ ରେ vice chairman ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । କିଛି ଦିନ ପୂର୍ବେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଘଟଣାରେ ଅରବିନ୍ଦଙ୍କୁ ଦଳରୁ ନିଲମ୍ବନ କରିଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ସେ ପ୍ରଥମ କରି ଚଳିତ ନିର୍ବାଚନରେ ପାଟକୁରାରୁ ବିଜେଡି ଦଳରୁ ପ୍ରାର୍ଥ ହୋଇ ନିର୍ବାଚିତ ହୋଇଥିଲେ। ଏନେଇ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଥିଲା। ଅନ୍ୟପଟେ ନିଲମ୍ବନ ପରେ ଅରବିନ୍ଦ କହିଥିଲେ, ସବୁ ଦିନ ମୋ ବିରୋଧରେ ନୂଆ ନୂଆ ଅଭିଯୋଗ ଆଣୁଛନ୍ତି। ଗୋଟିଏ କାଗଜ ଫର୍ଦ୍ଦରେ ସବୁ ଅଭିଯୋଗ ଲେଖିକି ଆଣନ୍ତୁ। ମିଡିଆରେ ରଖନ୍ତୁ। ମୁଁ ସବୁ ଅଭିଯୋଗର ଉତ୍ତର ରଖିବି। ନବୀନଙ୍କ ସହ କଥା ହେବାକୁ ଚେଷ୍ଟା କରିବି, ତା ପରେ ଉତ୍ତର ରଖିବି। ଏହା ପୂର୍ବରୁ ମଧ୍ୟ ଅରିବନ୍ଦ କହିଥିଲେ ଯେ, ସେ କୌଣସି ଷଡଯନ୍ତ୍ରରେ ସାମିଲ୍ ନାହାନ୍ତି। ବିଜେଡିର ନେତା କହୁଛନ୍ତି ପ୍ରମାଣ ରହିଛି। ତେବେ ପ୍ରମାଣ ଗଣମାଧ୍ୟମ ସାମ୍ନାରେ ରଖନ୍ତୁ । Post navigation Chief Secretary Writes Letter To Govt Officer: ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ୭ ଦିନରେ ଜବାବ ଦେବାକୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ Matsya Prani Samavesh: ମତ୍ସ୍ୟ-ପ୍ରାଣୀ ସମାବେଶ-୨୦୨୬ ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ