ଜାନୁଆରୀ ୨୩ରେ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି । ସିପି ରାଧାକ୍ରିଷ୍ଣନ୍ । ଜାନୁଆରୀ ୨୩ରେ କଟକ ଆସିବା ନେଇ ଉପରାଷ୍ଟ୍ରପତି ସହମତି ଦେଇଛନ୍ତି । ଉପରାଷ୍ଟ୍ରପତି ନେତାଜୀଙ୍କ ଜନ୍ମ ଜୟନ୍ତୀ ଉତ୍ସବରେ ସାମିଲ ହେବେ । ନେତାଜୀ ଜୟନ୍ତୀରେ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ନୂଆ ଗ୍ୟାଲେରୀର ଉଦଘାଟନ କରାଯିବ । ଏହି ଗ୍ୟାଲେରୀରେ ଦେଶର ବହୁ ସ୍ବାଧୀନତା ସଂଗ୍ରାମୀଙ୍କ ପୋଷ୍ଟାଲ ଷ୍ଟାମ୍ପ ପ୍ରଦର୍ଶନ କରାଯିବ । ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଯୋଗ ଦେବେ । ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବିମାବନ୍ଦରରେ ବୈଠକ ଅନୁଷ୍ଠିତ ହୋଇଛି। ପୋଲିସ, ବିମାନବନ୍ଦର କତୃପକ୍ଷ, CISF ମିଳିତ ଆଲୋଚନା କରାଯାଇଛି । ରୁଟଲାଇନ ସୁରକ୍ଷା ଉପରେ ଆଲୋଚନା କରାଯାଇଛି । ସୂଚନା ଯୋଗ୍ୟ, ଆସନ୍ତା ଶୁକ୍ରବାର ପୂର୍ବାହ୍ନ ୮ଟା ୫୦ ମିନିଟ୍ରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉପରାଷ୍ଟ୍ରପତି ପହଞ୍ଚିବେ। ସେଠାରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ। ଏହାପରେ ୯ଟା ୩୫ ମିନିଟ୍ରେ ପରାକ୍ରମ ଦିବସରେ କଟକସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ତଥା ସଂଗ୍ରହାଳୟ ପରିଦର୍ଶନ କରିବେ। ସେଠାରୁ ଲୋକଭବନକୁ ଫେରିବେ ଏବଂ ଅପରାହ୍ନ ୩.୧୫ ମିନିଟ୍ରେ କୋଲ୍କାତାସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦର ଅଭିମୁଖେ ଗସ୍ତ କରିବେ। ଉପରାଷ୍ଟ୍ରପତିଙ୍କ ଏହି ଗସ୍ତକାଳରେ ତାଙ୍କ ସୁରକ୍ଷା ବ୍ୟବସ୍ଥା ଯେପରି ଶୃଙ୍ଖଳିତ ରହିବ ସେଥିପ୍ରତି ଦୃଷ୍ଟିଦେବାକୁ ପତ୍ରରେ ଦର୍ଶାଯାଇଛି। Post navigation Diesel Ama Buses To Be Scrapped Soon: ରାସ୍ତାରୁ ହଟିବ ଡିଜେଲ୍ ଚାଳିତ ଆମ ବସ୍: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ LiveIn Partner Assault: ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ; ବନ୍ଧା ହେଲା ଲିଭ୍ ଇନରେ ଥିବା ପୁରୁଷ ବନ୍ଧୁ