ରାଉରକେଲା ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରର ଜଣଙ୍କୁ ଇଣ୍ଡିଆ ଏୟାର ୱାନ୍ ସଂସ୍ଥାରେ ନିଯୁକ୍ତି ମିଳିବ ବୋଲି ସଂସ୍ଥା ସିଇଓ ପ୍ରେମ କୁମାର ଗର୍ଗ ଆଜି ଘୋଷଣା କରିଛନ୍ତି । ଏହାସହିତ ୫ ମାସ ଯାଏଁ ସଂସ୍ଥା ପରିବାରର ସମସ୍ତ ଖର୍ଚ୍ଚ ଉଠାଇବ । ବିମାନ ଭଗ୍ନାବଶେଷ ୨/୩ ଦିନ ମଧ୍ୟରେ ଉଠାଇ ଭୁବନେଶ୍ୱର ନିଆଯିବ ବୋଲି ଗର୍ଗ କହିଛନ୍ତି । କହିରଖୁଛୁ ଯେ, ଗତ ଶନିବାର ରାଉରକେଲାରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ଗତକାଲି ଜଣେ ଯାତ୍ରୀ ଏୟାରଲିଫ୍ଟ ହେବା ପୂର୍ବରୁ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ମୃତକ ଜଣକ ହେଲେ ସୁଶାନ୍ତ ବିଶ୍ୱାଳ । ଏବେବି ଉକ୍ତ ଚିକିତ୍ସାଳୟରେ ପାଇଲଟ, ସହ ପାଇଲଟ ଓ ମୃତକଙ୍କ ଭଉଣୀଙ୍କ ଚିକିତ୍ସା ଚାଲିଛି । Post navigation Illegal Mining In Ganjam: ଗଞ୍ଜାମ ଜିଲ୍ଲାରେ ବାଲି ଓ କଳାପଥର ଚାଲାଣ ସିଣ୍ଡିକେଟ୍ ମାମଲାରେ ୨.୬୩ କୋଟି ଟଙ୍କା ଜବତ କଲା ଇଡି Subhadra Yojana: ନୂଆ ହିତାଧିକାରୀଙ୍କୁ ଆସନ୍ତା ୨୨ ତାରିଖରେ ମିଳିବ ସୁଭଦ୍ରା ଟଙ୍କା