DGCA Slaps Rs 22.2 Cr Fine On IndiGo over December flight disruptions
ଶନିବାର ଦିନ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA), ଘରୋଇ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଇଣ୍ଡିଗୋ ଏୟାର ଲାଇନ୍ସ ଉପରେ ୨୨ କୋଟି ୨୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ।
 
ଏହା ବ୍ୟତୀତ ଇଣ୍ଡିଗୋ ଉପରେ ୧.୮୦ କୋଟି ଟଙ୍କାର ଅତିରିକ୍ତ ଜରିମାନା ମଧ୍ୟ କରାଯାଇଛି । ଇଣ୍ଡିଗୋକୁ ୫୦ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଦାଖଲ କରିବାକୁ କୁହାଯାଇଛି ।
 
ଗତ ଡିସେମ୍ବର ମାସରେ ସାରା ଦେଶରେ ବିଭିନ୍ନ ବିମାନ ବନ୍ଦରରେ ଶହ ଶହ ବିମାନ କ୍ୟାନସଲ ଓ ବିଳମ୍ବ ହେବାରୁ ପ୍ରାୟ ୧୦ ଦିନ ଧରି ହଜାର ହଜାର ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
 
ସୂଚନାଥାଉକି, ଇଣ୍ଡିଗୋ ଗତ ଡିସେମ୍ବର ୨ ରୁ ୧୦ ତାରିଖ ମଧ୍ୟରେ ୫ ହଜାରରୁ ଅଧିକ ଉଡ଼ାଣ ବାତିଲ କରିବା ସହିତ ଶହ ଶହ ଇଣ୍ଡିଗୋ ବିମାନ ବହୁତ ବିଳମ୍ବରେ ପରିଚାଳିତ ହୋଇଥିଲା । ପୂର୍ବରୁ, ଏହି ଘଟଣା ଦ୍ୱାରା ପ୍ରଭାବିତ ସମସ୍ତ ଗ୍ରାହକ ଏବଂ ଶିଳ୍ପ ଅଂଶୀଦାରଙ୍କ ନିକଟରେ ଇଣ୍ଡିଗୋ କ୍ଷମା ପ୍ରାର୍ଥନା କରୁଛି ବୋଲି କହିଥିଲା । ତୃଟିର ପୁନରାବୃତ୍ତି ଯେପରି ନ ହେବ ଧ୍ୟାନ ଦେବା ସହିତ ବାତିଲ୍ ଟିକେଟର ପୂର୍ଣ୍ଣ ଅର୍ଥ ଗ୍ରାହକଙ୍କୁ ଫେରସ୍ତ କରିବ ବୋଲି ଇଣ୍ଡିଗୋ କହିଥିଲା । 
 
ସୂଚନା ଅନୁଯାୟୀ, ଡିଜିସିଏର ଏକ ୪ ଜଣିଆ ଅଧିକାରୀଙ୍କୁ ନେଇ କମିଟି ଗଠନ କରାଯାଇଥିଲା । ଏହି କମିଟି ଘଟଣାର ତଦନ୍ତ ରିପୋର୍ଟ ମନ୍ତ୍ରାଳୟକୁ ଦେଇଥିଲା ।

By Nirvay

Leave a Reply

Your email address will not be published. Required fields are marked *