Odisha Attracts Rs 1 Lakh Crore Investment at Kolkata Meet
କୋଲକାତାରୁ ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କାର ନିବେଶ ହେବାର ସମ୍ଭାବନା ରହିଛି । କୋଲକାତାରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ଏହି ନିବେଶ ପ୍ରସ୍ତାବ ସ୍ୱାକ୍ଷରିତ ହୋଇଛି ।
 
ଏହି ସମ୍ମିଳନୀରେ ମୋଟ ୨୭ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ନିବେଶକ ରାଜ୍ୟରେ ଏବେ ୮୧ ହଜାର ୮୬୪ କୋଟି ଟଙ୍କାର ନିବେଶ କରିବେ । ଏହା ଦ୍ୱାରା ୬୩ ହଜାର ୧୬୧ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ଏଥିସହ ଆଉ ୧୯ ଶିଳ୍ପପତି ରାଜ୍ୟରେ ୧୮ ହଜାର ୪୫୩ କୋଟି ଟଙ୍କା ନିବେଶ ପାଇଁ ପ୍ରତିଶ୍ରୁତି ବି ଦେଇଛନ୍ତି । ଏହି ୧୯ଟି ଶିଳ୍ପରୁ ଆଉ ୨୭ ହଜାର ୫୯୧ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
 
ଏଥିରେ ମୁଖ୍ୟତଃ କେମିକାଲ୍, ପେଟ୍ରୋକେମିକାଲ୍ସ, ମ୍ୟାନୁଫ୍ୟାକ୍ଚରିଂ ଏବଂ ଟେକ୍ସଟାଇଲ୍ ଭଳି କ୍ଷେତ୍ରରେ ବଡ଼ ପ୍ରକଳ୍ପମାନ ପ୍ରତିଷ୍ଠା ହେବ ।
odisha-attracts-rs-1-lakh-crore-investment-at-kolkata-meet
 
ଏହି ନିବେଶ ରାଜ୍ୟର ବିକାଶ ପାଇଁ ଏକ ବଡ଼ ସୁଯୋଗ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଓଡ଼ିଶାରେ ନିବେଶ କରିବା ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।
 
ନିବେଶ ଯୋଗୁଁ ରାଜ୍ୟରେ ଶିଳ୍ପ ବିକାଶ ହେବା ସହ ରୋଜଗାର ସୁଯୋଗ ମଧ୍ୟ ବଢ଼ିବ । ଓଡ଼ିଶା ସରକାର ରାଜ୍ୟର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
 
ମୁଖ୍ୟମନ୍ତ୍ରୀ ରାଜ୍ୟର ବିକଶିତ ଓଡ଼ିଶା ୨୦୩୬ର ଭିଜନ ଡକ୍ୟୁମେଣ୍ଟ ଉପସ୍ଥାପନ କରିଛନ୍ତି । ରାଜ୍ୟରେ ଉତ୍ପାଦନଭିତ୍ୟିକ ଓ ସେବା ସମ୍ପର୍କିତ ଶିଳ୍ପର ବିକାଶକୁ ସର୍ବାଧିକ ଗୁରୁତ୍ଵ ଦିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ଅକ୍ଷୟ ଶକ୍ତି, ବୟନ ଶିଳ୍ପ, ଆଇଟି, ଡାଟା ସେଣ୍ଟର, ଇଲେକ୍ଟ୍ରୋନିକ୍ସ ଓ ଔଷଧ ଶିଳ୍ପ ସମ୍ପର୍କିତ ଶିଳ୍ପରେ ନିବେଶ ପାଇଁ ଥିବା ପର୍ଯ୍ୟାପ୍ତ ସୁଯୋଗ ସମ୍ପର୍କରେ ଶିଳ୍ପପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
 

By Nirvay

Leave a Reply

Your email address will not be published. Required fields are marked *