Bhakta Das will hold padayatra and public meetings in Western Odisha
ଆଗାମୀ ୧୭ ରୁ ୨୦ ତାରିଖ ମଧ୍ୟରେ ପିସିସି ସଭାପତି ଭକ୍ତ ଚରଣ ଦାସ ପଶ୍ଚିମ ଓଡିଶା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ।
 
ଆସନ୍ତା ୧୭ ଜାନୁଆରୀ ଝାରସୁଗୁଡାଠାରେ ଦିନ ୧୧.୩୦ ରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପଦଯାତ୍ରା ଆରମ୍ଭ କରିବେ ।
 
ଦିନ ୧ ଟାରେ ଏମସିଏଲ ଅଡିଟୋରିଅମଠାରେ ସଭାରେ ଯୋଗଦାନ ଏବଂ ଅପରାହ୍ନ ୪ ଟାରେ ତଳପଟିଆ ଗ୍ରାମ ପାଖ ଜାତୀୟ ରାଜପଥ ୪୯ କଡ଼ରେ ପ୍ରଦୂଷିତ ପାଉଁଶ ପୋଖରୀ ପରିଦର୍ଶନ କରିବେ । ଝାରସୁଗୁଡାରେ ସେ ରାତ୍ରୀ ଯାପନ କରିବା କାର୍ଯ୍ୟକ୍ରମ ରହିଛି ।
 
୧୮ ଜାନୁଆରୀରେ ସୁନ୍ଦରଗଡ଼ ଜିଲ୍ଲା ଦେଇ ରାଉଲକେଲା ଯାତ୍ରା ପୂର୍ବାହ୍ନ ୧୦.୩୦ ରେ ସୁନ୍ଦରଗଡ଼, ତଳସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରମଡ଼ିହିଠାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ପଥପ୍ରାନ୍ତ ସଭାରେ ଯୋଗ, ଦିନ ୧୧ ଟାରୁ ୧୧.୩୦ ବରଗାଁ ଏବଂ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ କୁତ୍ରାଠାରେ ଠାରେ ଦଳୀୟ କାର୍ଯ୍ୟକର୍ତ୍ତା ସଭାରେ ସେ ଯୋଗ ଦେବେ ।
 
ସେଠାରୁ ରାତିରେ ରାଉଲକେଲା ପହଞ୍ଚି ରାତ୍ରିଯାପନ । ଆଗାମୀ ଦିନ ୧୮ ଜାନୁଆରୀ ପୂର୍ବାହ୍ନରେ ରାଉଲକେଲାରେ ମହାତ୍ମା ଗାନ୍ଧୀ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଓ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲା ପରେ ୧୨.୪୫ ରେ ବିଶ୍ରା ଛକରୁ କଂଗ୍ରେସ ଭବନକୁ ପଦଯାତ୍ରା ଏବଂ ରାଉରକେଲା କଂଗ୍ରେସ ଭବନଠାରେ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା ଏବଂ ତୃଣମୂଳ ସ୍ତରର ବିଜେପି ବିଜେଡି କାର୍ଯ୍ୟକର୍ତ୍ତାଙ୍କ କଂଗ୍ରେସ ଦଳରେ ମିଶ୍ରଣ ପର୍ବରେ ଯୋଗଦାନ ।
 
ଅପରାହ୍ନ 4 ଟାରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ । ପରେ ଏକ ସର୍ବଦଳୀୟ ସଭାରେ ଯୋଗଦାନ କରି ରାଉଲକେଲା ବାଣିଜ୍ୟ ସଙ୍ଗଠନ ପକ୍ଷରୁ ଆୟୋଜିତ ସଭାରେ ବ୍ୟକ୍ତବ୍ୟ ପ୍ରଦାନ କରିବେ । ରାଉଲକେଲାରେ ରାତ୍ରୀଯାପନ ।
 
୧୯ ଜାନୁଆରୀ ସକାଳେ ରାଉଲକେଲାରୁ ବାହାରି ସୁନ୍ଦରଗଡ଼ ଅଭିମୁଖେ ଯାତ୍ରା କରିବା ସହ ରାଜଗାଙ୍ଗପୁର କରମଡ଼ିହି, ସବଡେ଼ଗା ଓ ସୁନ୍ଦରଗଡ଼ରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଝାରସୁଗୁଡାଠାରେ ରାତ୍ରିଯାପନ କରିବେ ।
 
୨୦ ଜାନୁଆରୀରେ ବରଗଡ଼ରେ ଏକ ବିଶାଳ ଚାଷୀ ସମାବେଶରେ ଯୋଗଦାନ କରିବେ ।
 
ସୂଚନାଯୋଗ୍ୟ, ନିକଟରେ ପିସିସି ପକ୍ଷରୁ ମନରେଗା, ବିଜୁଳି ପ୍ରସଙ୍ଗ ଓ ଧାନ କିଣା ଅବ୍ୟବସ୍ଥାକୁ ନେଇ ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଛି । ପିସିସି ସଭାପତିଙ୍କ ପଶ୍ଚିମ ଓଡିଶା ଗସ୍ତ ବେଳେ ଉକ୍ତ ପ୍ରସଙ୍ଗ ଗୁଡିକୁ ନେଇ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ପିସିସି ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି ।

By Nirvay

Leave a Reply

Your email address will not be published. Required fields are marked *