internet-service-suspended-for-24-hours-in-sundargarh-after-communal-violence
ଗୋହତ୍ୟାକୁ ନେଇ ବିବାଦ ପରେ ସୁନ୍ଦରଗଡ଼ ଜିଲ୍ଲାରେ ହିଂସା ଦେଖାଦେଇଛି । ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ବଜାର ନିକଟରେ ଗୋଷ୍ଠୀ ସଂଘର୍ଷ ପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ଅନେକ ଯୁବକ ଏବଂ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ତେଣୁ ଘଟଣା ସ୍ଥଳରେ BNS ୧୬୩ ଲାଗୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
 
ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ପରସ୍ପରକୁ ଟେକାପଥର ମାଡ଼ କରିବା ପରେ ସୁନ୍ଦରଗଡ଼ରେ ଆଜି ସଂଧ୍ୟା ୬ଟା ରୁ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।
 
ଇଣ୍ଟରନେଟ୍ ବାବଦରେ ଜିଲ୍ଲାପାଳ, ଏସ୍‌ପି ବିଚାରବିମର୍ଶ କରୁଛନ୍ତି । ଶାନ୍ତିଶୃଙ୍ଖଳା ରଖିବାକୁ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଅପିଲ୍ କରିଛନ୍ତି ଏବଂ ଶାନ୍ତି କମିଟି ବୈଠକ ଡାକି ସମାଧାନ କରିବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥିତିକୁ ଆୟତ୍ତ କରିବା ୧୦ ପ୍ଲାଟୁନ ପୁଲିସ ବଳ ବ୍ୟବସ୍ଥା କରାଯାଇଥିବା ରାୟ କହିଛନ୍ତି ।
 
 

By Nirvay

Leave a Reply

Your email address will not be published. Required fields are marked *