ଓଡ଼ିଶା ସରକାର ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦେବା ନେଇ ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କୁ ୧୧.୨୫% ସଂରକ୍ଷଣ ଦିଆଯିବ । ଏହି ନିଷ୍ପତ୍ତି ୨୦୨୬-୨୭ ଶିକ୍ଷା ବର୍ଷରୁ ଲାଗୁ ହେବ । ଏହା ସହ ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ସଂରକ୍ଷଣ ସୀମା ଦ୍ୱିଗୁଣ ବଢ଼ିବ । ଅନୁସୂଚିତ ଜାତି ସଂରକ୍ଷଣକୁ ୮% ରୁ ୧୬.୨୫% ଏବଂ ଅନୁସୂଚିତ ଜନଜାତି ସଂରକ୍ଷଣକୁ ୧୨% ରୁ ୨୨.୫୦% କୁ ବୃଦ୍ଧି କରାଯିବ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ‘ନୀତି ନିର୍ଦ୍ଧାରଣ କମିଟି ରାଜ୍ୟ ସରକାରକୁ ଏହି ପ୍ରସ୍ତାବ ଦେଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଏହି ନିଷ୍ପତ୍ତି ଓଡ଼ିଶାର ବିକାଶ ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । Post navigation Chess Mahakumbh at KIIT: କିଟ୍ ରେ ଚେସ୍ ମହାକୁମ୍ଭ ଉଦଘାଟିତ Lingaraj Temple Rituals Dispute: ସ୍ୱାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି