bhubaneswar-airport-creates-record-with-5-15-million-passenger-in-2025
ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ୨୦୨୫ ମସିହାରେ ଏକ ନୂଆ ରେକର୍ଡ଼ ସୃଷ୍ଟି କରିଛି । ରେକର୍ଡ ଅନୁସାରେ, ସର୍ବକାଳୀନ ୫.୧୫ ମିଲିୟନ ଯାତ୍ରୀ ୨୦୨୫ ମସିହାରେ ଯାତାୟାତ କରିଛନ୍ତି ।
 
ପୂର୍ବରୁ କେବେ ଏତେ ଯାତ୍ରୀ ଯାତ୍ରା କରି ନ ଥିବା ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି । ଏହା ସହ ଯାତ୍ରୀଙ୍କ ଯାତାୟାତରେ ଦେଶରେ ୧୩ ନମ୍ବର ସ୍ଥାନକୁ ଆସିଛି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବୀମାନ ବନ୍ଦର ।
 
ବିମାନ ବନ୍ଦରରେ ବଢୁଥିବା ଯାତ୍ରୀ ସଂଖ୍ୟା ଦୃଷ୍ଟିରୁ ଏଠାରେ ଏକ ନୂଆ ଟର୍ମିନାଲ ନିର୍ମାଣ କରାଯିବାକୁ ଯୋଜନା ରହିଛି । ଏହି ଟର୍ମିନାଲ ୨ ବର୍ଷ ମଧ୍ୟରେ ପ୍ରସ୍ତୁତ ହେବାର ଆଶା ରହିଛି । ଏହାଦ୍ୱାରା ଆହୁରି ଅଧିକ ଯାତ୍ରୀଙ୍କୁ ସୁବିଧା ପ୍ରଦାନ କରାଯାଇ ପାରିବ ।
 
୭ କୋଟି ଯାତ୍ରୀଙ୍କ ଯାତାୟାତ ସହ ଶୀର୍ଷରେ ଦିଲ୍ଲୀ ବିମାନବନ୍ଦର ରହିଛି । ଏବେ ଭୁବନେଶ୍ୱର ବିମାନବନ୍ଦରରୁ ମୋଟ୍‌ ୨୮ଟି ସ୍ଥାନକୁ ବିମାନ ଉଡ଼ାଣ କରୁଛି ।

By Nirvay

Leave a Reply

Your email address will not be published. Required fields are marked *