ଇରାନରେ ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ଇରାନରେ ସରକାରୀ ବିରୋଧୀ ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନରେ ମୃତ୍ୟୁ ସଂଖ୍ୟା ୨୫୦୦ ଅତିକ୍ରମ କଲାଣି।ଇରାନରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତାକୁ ଦେଖି ଭାରତୀୟ ନାଗରିକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ଭାରତ ନିର୍ଦ୍ଦେଶନାମା ଜାରି କରିଛି । ଭାରତ ସରକାର ନିଜ ନାଗରିକ ପାଇଁ ଆଡଭାଇଜରୀ ଜାରି କରିଛି । ତେହରାନ ସ୍ଥିତ ଭାରତୀୟ ଦୂତାବାସ ତାର ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଦେଶ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ଯେ ସମସ୍ତ ଭାରତୀୟ ନାଗରିକ ଏବଂ ପିଆଇଓମାନେ ସତର୍କତା ଅବଲମ୍ବନ କରିବା ଉଚିତ । ଗତ ଜାନୁଆରୀ ୫ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ ଇରାନରେ ଲଗାତର ଭାବେ ବଦଳୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକଙ୍କୁ ବାଣିଜ୍ୟିକ ବିମାନ ହେଉ କିମ୍ବା ଅନ୍ୟ ପରିବହନ ବ୍ୟବସ୍ଥାରେ ମାଧ୍ୟମରେ ତୁରନ୍ତ ଇରାନ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି । ପ୍ରତିବାଦ କିମ୍ବା ପ୍ରଦର୍ଶନ କ୍ଷେତ୍ରକୁ ଏଡାଇବାକୁ ପରାମର୍ଶ ଦିଆଯାଇଛି । ଏହା ସହ ଇରାନରେ ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ରହିବା ସହ ଯେକୌଣସି ଘଟଣା ପାଇଁ ସ୍ଥାନୀୟ ଗଣମାଧ୍ୟମ ଉପରେ ନଜର ରଖିବାକୁ ମଧ୍ୟ କୁହାଯାଇଛି । ଏହି ସମ୍ବନ୍ଧରେ ଯେକୌଣସି ସହାୟତା ପାଇଁ ସେମାନଙ୍କୁ ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ଏଥି ସହିତ ଭାରତୀୟ ଦୂତାବାସର ଜରୁରୀକାଳୀନ ସହାୟତା ଯୋଗାଯୋଗ ନମ୍ବର ମଧ୍ୟ ଜାରି କରାଯାଇଛି । ସେହି ନମ୍ବରଗୁଡ଼ିକ ହେଲା- +୯୮୯୧୨୮୧୦୯୧୧୫, +୯୮୯୧୨୮୧୦୯୧୦୯, +୯୮୯୧୨୮୧୦୯୧୦୨ ଏବଂ +୯୮୯୯୩୨୧୭୯୩୫୯ । ଇରାନରେ ସରକାର ବିରୋଧୀ ଆନ୍ଦୋଳନ ଅତି ଭୟଙ୍କର ରୂପ ଧାରଣ କରିଛି । ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇଙ୍କ ଶାସନ ବିରୁଦ୍ଧରେ ଚାଲିଥିବା ଏହି ବିଦ୍ରୋହକୁ ଦବାଇବା ପାଇଁ ସେନା ଏବଂ ପୋଲିସ ପକ୍ଷରୁ ଚରମ ପଦକ୍ଷେପ ଗ୍ରହଣ କରାଯାଉଛି । Post navigation Makar Sankranti: ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ BJP Using Govt Offices For Party Activities: ସରକାରୀ କାର୍ଯ୍ୟାଳୟକୁ ଦଳୀୟ କାର୍ଯ୍ୟାଳୟ ପରିଣତ କରିବାକୁ ଉଦ୍ୟମ କରୁଛି ବିଜେପି: ବିଜେଡି