ଆସନ୍ତା ୧୮ ତାରିଖ ସୁଦ୍ଧା ମିଳିବ ସୁଭଦ୍ରା ଟଙ୍କା । ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳାଙ୍କୁ ମିଳିବ ଟଙ୍କା । ତାଙ୍କ ଭିତରୁ ନୂଆକରି ୧ ଲକ୍ଷ ୭୮ ହଜାର ୩୯୮ ଜଣ ମହିଳାଙ୍କୁ ସାମିଲ କରାଯାଇଛି। ଯେଉଁମାନେ କି ପ୍ରଥମ ଥର ପାଇଁ ସୁଭଦ୍ରା କିସ୍ତି ପାଇବେ। ସେହିପରି ୧ମ ଓ ୨ୟ କିସ୍ତିରୁ ବାଦ୍ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ବି ପାଇବେ । ବାଦ୍ ପଡ଼ିଥିବା ମହିଳା ଏକାଥରକେ ୨ଟି କିସ୍ତି ପାଇବେ । ମିଳିଥିବା ସୂଚନା ଅନୁସାରେ, ଅଭିଯୋଗ ଶୁଣାଣି ପରେ ୨୪ ହଜାର ୧୮ ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଥିବା ନେଇ ଉପ-ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିଭଳି ଆସନ୍ତା ଅନ୍ତର୍ଜାତୀୟ ମହିଳା ଦିବସ ମାର୍ଚ୍ଚ ୮ରେ ଚତୁର୍ଥ କିସ୍ତି ପ୍ରଦାନ କରାଯିବ। ଏହି ପଦକ୍ଷେପ ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସମୟୋଚିତ ଆର୍ଥିକ ସହାୟତା ସୁନିଶ୍ଚିତ କରିବା ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। Post navigation Fire breaks out at Jharsuguda Railway Station: ଝାରସୁଗୁଡ଼ା ରେଲୱେ ଷ୍ଟେସନରେ ଅଗ୍ନିକାଣ୍ଡ Operation Sindoor Remains Ongoing: ଏବେବି ଜାରି ରହିଛି ଅପରେସନ ସିନ୍ଦୂର: ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ