AIIMSରେ ଭର୍ତ୍ତି ହେଲେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ । ଅସୁସ୍ଥତା କାରଣରୁ ୨ ଥର ଚେତା ହରାଇବା ପରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି । ସ୍ବାସ୍ଥ୍ୟାବସ୍ଥାକୁ ନେଇ ପରିବାର ପକ୍ଷରୁ ପ୍ରତିକ୍ରିୟା ମିଳି ପାରିନାହିଁ।

ଅଧିକାରୀ କହିଛନ୍ତି, ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଜାନୁଆରୀ ୧୦ରେ ଓ୍ଵାଶରୁମରେ ବେହୋସ ହୋଇ ପଡ଼ିଥିଲେ। ଏହା ପରେ ଡାକ୍ତର ତାଙ୍କୁ ଯାଞ୍ଚ ଓ ଏମଆରଆଇ କରିବାକୁ ପରାମର୍ଶ ଦେଇଛନ୍ତି।  ଜଗଦୀପ ଧନଖର ଦୁଇଥର ବେହୋସ ହୋଇଯିବା ପରେ ତାଙ୍କୁ ସୋମବାର ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଭର୍ତ୍ତି କରାଯାଇଥିଲା।

ସୂଚନା ଯୋଗ୍ୟ; ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଧନଖଡ଼ ଗତ ବର୍ହ ଜୁଲାଇ ୧୨ରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ।

Leave a Reply

Your email address will not be published. Required fields are marked *