ରାଜ୍ୟରେ ପୁଣି ବଢ଼ିଲା ଶୀତ। ଜାଡ଼ରେ ଥରୁଛି ସମଗ୍ର ଓଡିଶା। ରାଜ୍ୟରେ ଗୋଟିଏ ଦିନ ଶୀତର ପରିମାଣ କମ୍ ଥିବାବେଳେ ଆଜିଠୁ ପୁଣିଥରେ ବଢିବ ସାମାନ୍ୟ ଶୀତ। ଅଧିକ ଶୀତ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି।

ଗତ ୨୪ ଘଣ୍ଟାରେ ଉତ୍ତର ଉପକୂଳ ଓଡ଼ିଶା ସହ ସଂଲଗ୍ନ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଆକାଶ ଅଧିକ ମେଘାଚ୍ଛନ୍ନ ରହିଥିଲା । ସୁନ୍ଦରଗଡ଼, ବରଗଡ଼ ଓ ସମ୍ବଲପୁରର କିଛି ଅଞ୍ଚଳ ମେଘମୁକ୍ତ ସହ ରାଜ୍ୟରେ ତାପମାତ୍ରାରେ ବୃଦ୍ଧି ଘଟିଥିଲା । ଅଧିକାଂଶ ସ୍ଥାନରେ ରାତିର ତାପମାତ୍ର ୫ରୁ ୭ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଥିଲା । ରାଜଧାନୀ ଭୁବନେଶ୍ଵରର ସର୍ବନିମ୍ନ ତାପମାତ୍ରା ୯.୨ରୁ ବୃଦ୍ଧି ପାଇଁ ୧୫ ଡିଗ୍ରିରେ ପହଁଚିଥିଲା

ରାଜ୍ୟରେ ଏବର୍ଷ ଶୀତ ସବୁ ରେକର୍ଡକୁ ଭାଙ୍ଗିଛି। ୨୨ ବର୍ଷ ପରେ ରାଜଧାନୀର ତାପମାତ୍ରା ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଶେଷ ଥର ପାଇଁ ୨୦୦୪ ମସିହାରେ ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ଅନୁଭୂତ ହୋଇଥିଲା । ଏହା ସହିତ ଗତ ରାତିରେ ଜାନୁଆରୀ ମାସରେ ତୃତୀୟ ସର୍ବନିମ୍ନ ରାତ୍ରି ତାପମାତ୍ରା ୯.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା।

Leave a Reply

Your email address will not be published. Required fields are marked *