ଇଣ୍ଡିଆୱାନ୍ ଏୟାର ଦ୍ୱାରା ପରିଚାଳିତ ଏକ ଛୋଟ ଚାର୍ଟର୍ଡ ବିମାନ ଆଜି ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ସମୟରେ ରାଉରକେଲା ରଘୁନାଥପାଲିରେ ଜରୁରୀକାଳୀନ ଅବତରଣ କରିଥିଲା । ତେବେ ଅବତରଣ ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଦୁଇ ପୁରୁଷ, ଦୁଇ ମହିଳା ଏବଂ ଦୁଇ ଜଣ କ୍ରୁ ସଦସ୍ୟ ସାମାନ୍ୟ ଆହତ ହୋଇଛନ୍ତି, ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସୂଚନା ଅନୁଯାୟୀ, ୯ ସିଟର ବିମାନ ଭୁବନେଶ୍ୱରରୁ ରାଉରେକଲାରୁ ଯାଉଥିଲା କିନ୍ତୁ ୧୦ କିମି ଉଡାଣ ପରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ସ୍ଥିତି ଉପରେ ନଜର ରଖିଥିବା କହିଛନ୍ତି । Post navigation Teachers To Visit Absentee Student’s Home: ଛାତ୍ରଛାତ୍ରୀ ବିଦ୍ୟାଳୟକୁ ନିୟମିତ ନ ଆସିଲେ, ଘରକୁ ଯିବେ ଶିକ୍ଷକ E-Buses In Sambalpur: ସମ୍ବଲପୁରରେ ୨୫ଟି ଇ-ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ