ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ । ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ଵରେ ରହିଛନ୍ତି ମନୋଜ ଆହୁଜା । ବରିଷ୍ଠ ଆଇଏଏସ୍ ଅଧିକାରୀ ମନୋଜ ଆହୂଜା ଅବସର ଗ୍ରହଣ କରିବେ । ସେଥିପାଇଁ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଛି । ଲୋକ ସେବା ଭବନରେ ଆୟୋଜିତ ବିଦାୟ ସମ୍ବର୍ଦ୍ଧନାରେ ଆହୂଜା ନିଜର ପ୍ରଶାସନିକ ଦକ୍ଷତା ବଖାଣିଥିଲେ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଶେଷ ସଚିବସ୍ତରୀୟ ବୈଠକ । ୨୦୨୪ରେ ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର ଆସିବା ପରେ ୧୯୯୦ ବ୍ୟାଚ୍ ଆଇଏଏସ୍ ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ମିଳିଥିଲା । ଜୁଲାଇ ୧ରେ ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ନିଯୁକ୍ତି ମିଳିଥିଲା । ୨୦୧୭ରୁ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ମନୋଜ ଆହୁଜାଙ୍କର ମାତ୍ର ୬ ମାସ କାର୍ଯ୍ୟକାଳ ଥିବା ସତ୍ୱେ ତାଙ୍କୁ ଏହି ପଦ ମିଳିଥିଲା । ୨୦୨୪ ରେ ଡିସେମ୍ବର ୩୧ ତାରିଖରେ ତାଙ୍କର କାର୍ଯ୍ୟକାଳ ସରିବାକୁ ଥିଲା । ମାତ୍ର ପୁଣି ଆହୁଜାଙ୍କ କାର୍ଯ୍ୟକାଳକୁ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା । ଏହା ପରେ ୪୭ ତମ ମୁଖ୍ୟ ଶାସନ ସଚିବ ଭାବେ ଆଜିଠୁ ଦାୟିତ୍ଵ ନେବେ ଅନୁ ଗର୍ଗ । ଅପରାହ୍ନରେ ବିଧିବଦ୍ଧ ଭାବେ ସେ ଦାୟିତ୍ଵ ଗ୍ରହଣ କରିବେ। ଅନୁ ଗର୍ଗ ଉନ୍ନୟନ କମିସନର ଦାୟିତ୍ୱ ତୁଲାଉଥିଲେ। ଅନୁ ଗର୍ଗ ହେଉଛନ୍ତି ୧୯୯୧ ବ୍ୟାଚର ଆଇଏଏସ୍ ଅଧିକାରୀ। ସେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ୧୯୬୯ ମାର୍ଚ୍ଚ ୧ରେ ଜନ୍ମ ଗ୍ରହଣ କରିଥିଲେ। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ସମାଜ ଶାସ୍ତ୍ରରେ ଏମ୍.ଏ. ଏବଂ ଜନ୍ସ ହପକିନ୍ସ ବ୍ଲୁମବର୍ଗ ସ୍କୁଲ ଅଫ୍ ପବ୍ଲିକ୍ ହେଲଥରୁ ମାଷ୍ଟର ଅଫ୍ ପବ୍ଲିକରୁ ଶିକ୍ଷା ଲାଭ କରିଛନ୍ତି। ବର୍ତ୍ତମାନ ଅନୁ ଗର୍ଗ ରାଜ୍ୟର ଉନ୍ନୟନ କମିଶନର, ତଥା ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଭାବରେ କାର୍ଯ୍ୟରତ ଅଛନ୍ତି। ଆଜିଠୁ ସେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ପାଲଟିବା। Post navigation Sijimali Mines: ଆରାବଳୀ ପରେ ସିଜିମାଳି ଦୁଃଖ ହେବ କି ଦୂର ? PUCC Deadline Extends: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି ହେଲା PUCC ଅବଧି