ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ମାଲକାନଗିରି ସଦର ବ୍ଲକର କନିଷ୍ଠ ଯନ୍ତ୍ରୀ ନିହାର ରଞ୍ଜନ ସରକାରଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ। ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ୪ ଠିକଣାରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ମାଲକାନଗିରି ଟାଉନ ସ୍ଥିତ ଜୟନଗରରେ ଥିବା ୩ ମହଲା କୋଠା, କାଲିମେଳା ଥାନା ଅନ୍ତର୍ଗତ ଏମପିଭି-୧୦ ସ୍ଥିତ ପୈତୃକ ଘର, ନବରଙ୍ଗପୁର ରାଇଘର ସ୍ଥିତ ସମ୍ପର୍କୀୟଙ୍କ ଘର, ମାଲକାନଗିରି ବିଡିଓଙ୍କ କାର୍ଯ୍ୟାଳୟରେ ଥିବା ତାଙ୍କ ଚାମ୍ବରରେ ଏକକାଳୀନ ଚଢାଉ ଚାଲିଛି । ଏହି ଚଢ଼ାଉରେ ୪ଜଣ ଡିଏସପି, ୭ଜଣ ଇନସ୍ପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି । ତେବେ ପୂର୍ବରୁ ଏହି ଜେଇଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆସିଥିଲା । ଚଢାଉ ବେଳେ ତାଙ୍କ ଘରୁ ନଗଦ ଟଙ୍କା ସହ ସୁନା ଗହଣା ମିଳିଥିବା ସୂଚନା ମିଳିଛି । ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଇଛି । ବର୍ତ୍ତମାନ ଚଢ଼ାଉ ଜାରି ରହିଛି । ରେଡ୍ ଶେଷ ହେବା ପରେ ସମ୍ପତ୍ତିର ତାଲିକା ସାମ୍ନାକୁ ଆସିବ ବୋଲି ସୂଚନା ରହିଛି । Post navigation Ex MLA Sanchita Mohanty Passes Away: ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ Vigilance Raid Forester: ଭିଜିଲାନ୍ସ ଜାଲରେ ସେମିଳିଗୁଡା ଫରେଷ୍ଟର