ବେଆଇନ ବେଟିଂ ଆପ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ପୂର୍ବତନ କ୍ରିକେଟର ଓ ବଲିଉଡ୍ ସେଲିବେଟ୍ରିଙ୍କ ସଂପତ୍ତି ଜବତ କରିଛି ଇଡି ।

ସେମାନଙ୍କ ମଧ୍ୟରେ ଅଛନ୍ତି ଅଭିନେତ୍ରୀ ଉର୍ବଶୀ ରାଉତେଲା, ଅଭିନେତା ସୋନୁ ସୁଦ, ମିମି ଚକ୍ରବର୍ତ୍ତୀ, ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ, ରୋହିନ୍ ଉଥପ୍ପା, ଅଙ୍କୁଶ ହଜାରା ଏବଂ ନେହା ଶର୍ମା। ଦୀର୍ଘ ସମୟ ଧରି, ସେମାନଙ୍କ ନାମ ବେଆଇନ ବେଟିଂ ଆପ୍ ପ୍ରଚାର ଜଡିତ ରହିଛି।

ଏହି ମାମଲାରେ ଯୁବରାଜ ସିଂଙ୍କ ଅଢ଼େଇ କୋଟି, ଉଥାପ୍ପାଙ୍କ ୮.୨୬ ଲକ୍ଷର ସଂପତ୍ତି ଜବତ କରିଥିବା ବେଳେ ଉର୍ବଶୀ ରୌତେଲାଙ୍କ ୨ କୋଟି, ସୋନୁ ସୁଦଙ୍କ କୋଟିଏ ଟଙ୍କାର ସଂପତ୍ତି ଜବତ କରାଯାଇଛି । ସେହିପରି ମିମି ଚକ୍ରବର୍ତ୍ତୀଙ୍କ ୧ କୋଟି , ଅଙ୍କୁଶ ହଜାରାଙ୍କ ୪.୭୨ କୋଟି ଏବଂ ନେହା ଶର୍ମାଙ୍କ ୧.୨୬ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଆଜିର ଇଡି କାର୍ଯ୍ୟାନୁଷ୍ଠାନରେ ଜବତ ହୋଇଥିବା ସମ୍ପତ୍ତିର ମୋଟ ମୂଲ୍ୟ ୭.୯୩ କୋଟି ଟଙ୍କା।

ସେହିପରି ଶିଖର ଧାୱନ ଏବଂ ସୁରେଶ ରାଇନାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ପୂର୍ବରୁ, ଏହି ସମାନ ମାମଲାରେ, ଇଡି ଶିଖର ଧାୱନଙ୍କଠାରୁ ୪.୫୫ କୋଟି ଏବଂ ସୁରେଶ ରାଇନାଙ୍କଠାରୁ ୬.୬୪ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା। ଏବେ, ଇଡି ପୁଣି ଥରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏପର୍ଯ୍ୟନ୍ତ, ବେଟିଂ ଆପ୍ ମାମଲାମାମଲାରେ ୧୯.୦୭ କୋଟି ଟଙ୍କାର ସମ୍ପତ୍ତି ଇଡି ଜବତ କରିଛି।

ପୂର୍ବରୁ, ଇଡି ସୁରେଶ ରାଇନା, ଯୁବରାଜ ସିଂହ, ସୋନୁ ସୁଦ ଏବଂ ଅନ୍ୟ ଅନେକ ତାରକାଙ୍କୁ ଘଣ୍ଟା ଘଣ୍ଟା ଧରି ପଚରାଉଚରା କରିଥିଲା। ଏବେ, ଏକ ବଡ଼ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଏହି ଷ୍ଟାରମାନଙ୍କ ସମ୍ପତ୍ତି ଜବତ କରାଯାଇଛି। ତଦନ୍ତ ଏବେ ବି ଜାରି ରହିଛି।

Leave a Reply

Your email address will not be published. Required fields are marked *