ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୫ ଅଭିଯୁକ୍ତଙ୍କ ଜାମିନ ଖାରଜ । ଆଜି ସ୍ଥାନୀୟ ଏକ କୋର୍ଟ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ପାଞ୍ଚ ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ପୂର୍ବତନ ମେୟର ଶିବ ଶଙ୍କର ଦାଶ, ମଦନ ମୋହନ ଦଳାଇ, ସୁନିଲ ହୋତା ଏବଂ ଶୂନ୍ୟ ଦାସଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି କୋର୍ଟ । ଏ ନେଇ ପୀତବାସଙ୍କ ଓକିଲ କାଳିଚରଣ ମିଶ୍ର ସୂଚନା ଦେଇଛନ୍ତି ।

ଗତ ଶୁକ୍ରବାର ଜାମିନ ଆବେଦନର ଶୁଣାଣି ହୋଇଥିଲା । ବିକ୍ରମଙ୍କ ପକ୍ଷରୁ ଯୁକ୍ତି ରଖାଯାଇଥିଲା ଯେ ଗ୍ରାଉଣ୍ଡ୍ ଅଫ୍ ଆରେଷ୍ଟ ଦେଖିବାକୁ ସୁଯୋଗ ଦିଆଯାଇନଥିବା ଅଭିଯୋଗ କରାଯାଇଥିଲା । ସେହିପରି ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ସବିଶେଷ ତଥ୍ୟ ପ୍ରମାଣ ନ ଥିବା ଦର୍ଶାଯାଇଥିଲା । ତେବେ ଦୁଇ ପକ୍ଷଙ୍କ ଅନେକ ଯୁକ୍ତି ପରେ କୋର୍ଟ ଜାମିନ ଆବେଦନ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ତେବେ ଆଜି ରାୟ ପ୍ରକାଶ ପାଇଛି ।

ବ୍ରହ୍ମପୁର ପୋଲିସର ସୂଚନା ଅନୁଯାୟୀ, ପୀତବାସ ପଣ୍ଡାଙ୍କ ହତ୍ୟା ପଛରେ ରାଜନୈତିକ ଶତ୍ରୁତା, ବ୍ୟକ୍ତିଗତ ଶତ୍ରୁତା ଏବଂ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ରହିଛି ଯାହାର ଯୋଜନାର ବହୁ ସ୍ତର ଏବଂ ଓଡ଼ିଶା ଏବଂ ଓଡ଼ିଶା ବାହାରୁ ଅନେକ ଅଭିଯୁକ୍ତଙ୍କୁ ସାମିଲ କରି କରାଯାଇଥିଲା।

୬ ଅକ୍ଟୋବର ୨୦୨୫ ରାତି ପ୍ରାୟ ୧୦ ଟାରେ ପୀତବାସ ପଣ୍ଡା ଘରକୁ ଫେରୁଥିବା ସମୟରେ ତାଙ୍କ ବାସଭବନ ନିକଟରେ ଦୁଇ ଜଣ ଆକ୍ରମଣକାରୀ ତାଙ୍କୁ ଗୁଳି କରିଥିଲେ। ଏହା ପରେ ତାଙ୍କୁ ତୁରନ୍ତ ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାଜନୈତିକ, ବ୍ୟକ୍ତିଗତ ଏବଂ ଆର୍ଥିକ କାରଣରୁ ପ୍ରେରିତ ହୋଇ ଗଞ୍ଜମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡା ଏବଂ ପିଣ୍ଟୁ ଦାସ ହତ୍ୟା ପଛରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ।

ପୋଲିସ ଅକ୍ଟୋବର ୨୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ବିଜେଡ଼ି ଜିଲ୍ଲା ସଭାପତି ବିକ୍ରମ ପଣ୍ଡା ଓ ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ସମେତ ୧୨ ଜଣଙ୍କୁ ଗିରଫ କରିଥିଲା ବ୍ରହ୍ମପୁର ପୋଲିସ ।

Leave a Reply

Your email address will not be published. Required fields are marked *