ଦଳର ନେତୃତ୍ୱକୁ ଚ୍ୟାଲେଞ୍ଜ କରିବା ପଡିଗଲା ମହଙ୍ଗା ।କଂଗ୍ରେସରୁ ବହିଷ୍କାର ହୋଇଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଏହାପରେ ମହମ୍ମଦ ମୋକିମଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ସେ କହିଛନ୍ତି ଦଳରେ ଯାହା ସତ୍ୟ ଘଟଣା ଘଟୁଛି ସେ ବିଷୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଅବଗତ କରାଇଛି । ଏହି ଚିଠି ଲେଖିବା ପଛରେ ରାହୁଲ ଗାନ୍ଧୀଙ୍କ ପ୍ରେରଣା ରହିଛି । ରାହୁଲ ଗାନ୍ଧୀ ସର୍ବୋଚ୍ଚ ନେତା, ତାଙ୍କୁ ଅନୁସରଣ କରିଛନ୍ତି । ରାହୁଲ ସବୁବେଳେ ନ ଡରି ସତ କହିବାକୁ କୁହନ୍ତି । ତେଣୁ କାହାକୁ ନ ଡରି ସତ ଘଟଣା ଉପରେ ଚିଠି ଲେଖିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଖଡ୍‌ଗେଙ୍କ ବୟସ ୮୩ ବର୍ଷର, ଲଗାତର ବିଭିନ୍ନ ନିର୍ବାଚନରେ ଦଳ ପରାଜିତ ହେଉଥିଲା । ଏହି ସତ କେହି ଖୋଲିକି କହି ପାରୁ ନ ଥିଲେ ତାହା ସେ କହିଛନ୍ତି । ପରବର୍ତ୍ତୀ ସମୟରେ ଦଳରେ ଏକ ସୁଧାର ଆସିବ ।

ସେ ଆଉ ମଧ୍ୟ କହିଛନ୍ତି ମୋ ଉପରେ କାର୍ଯ୍ୟାନୁଷ୍ଠାନ ହେଲା, କିନ୍ତୁ ଯାହା କହିଛି ସେଥିରେ ଅନୁଶୋଚନା ନାହିଁ ବୋଲି ସେ କହିଛନ୍ତି । ମୋ ଚିଠି ଦ୍ୱାରା cwcକୁ ଏକ ହ୍ୟାଣ୍ଡଲ୍ ମିଳିଗଲା । ସୁଧାର ଆସିବ । ଚିଠିକୁ ଗୁରୁତ୍ବର ସହ ନେଇ ଆଲୋଚନା କରିଥିବାରୁ ମିଡିଆକୁ ଧନ୍ୟବାଦ ଜଣାଇଛନ୍ତି । ପରବର୍ତ୍ତୀ ସମୟରେ କଂଗ୍ରେସ ପଦକ୍ଷେପ ନେବ ଭାବୁଛି । କଂଗ୍ରେସ ମୋତେ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛି । କିନ୍ତୁ ମୋ ବିଚାରଧାରାରୁ କଂଗ୍ରେସକୁ କେହି ଦୂରେଇ ପାରିବେନି । ମୁଁ ୨୪ ଘଣ୍ଟା ସମାଜ ପାଇଁ କାମ କରିବି, ରାଜନୀତି ଗୋଟିଏ ପ୍ଲାଟଫର୍ମ । ଆଗକୁ ରାଜନୀତି ଜାରି ରହିବ, ଏଥିରେ ବିରାମ ନାହିଁ ।

Leave a Reply

Your email address will not be published. Required fields are marked *