ବୁହ ଚର୍ଚ୍ଚିତ ଆସାମର ଲୋକପ୍ରିୟା ଗାୟକ ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲାରେ ସ୍ୱତନ୍ତ୍ର ତଦନ୍ତ ଦଳ ଶୁକ୍ରବାର ଅଦାଲତଙ୍କ ନିକଟରେ ଚାର୍ଜସିଟ୍ ଦାଖଲ କରିଛି । ମୃତ୍ୟୁର ୩ ମାସ ପରେ ଚାର୍ଜସିଟ୍ ଦାଖଲ କଲା ଆସାମ ପୋଲିସ STF । ଗୌହାଟୀ ସିଜେଏମ୍‌ କୋର୍ଟରେ STF ପକ୍ଷରୁ ଚାର୍ଜସିଟ୍‌ ଦାଖଲ କରାଯାଇଛି । ୩୦୦ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ୩୫୦୦ ପୃଷ୍ଠାର ଚାର୍ଜସିଟ୍ କରାଯାଇଛି । ସେପ୍ଟେମ୍ବର ୧୯ରେ ସିଙ୍ଗାପୁରରେ ପାଣିରେ ବୁଡ଼ି ଜୁବିନଙ୍କ ମୃତ୍ୟୁ ହୋଇଥିଲା । ତଥାପି ଜୁବିନଙ୍କ ମୃତ୍ୟୁ ଉପରୁ ପରଦା ହଟିପାରିନାହିଁ । କିନ୍ତୁ ଜୁବିନଙ୍କୁ ହତ୍ୟା କରାଯାଇଥିବା କହି ସାରିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।

ଅନ୍ୟପଟେ ଏହି ମାମଲାରେ ଏସଆଇଟି ୭ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଜୁବିନଙ୍କ ମ୍ୟାନେଜର, ତାଙ୍କ ଜୁବିନ ଗର୍ଗଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା ଏବଂ ସିଙ୍ଗାପୁର ମହୋତ୍ସବର ଆୟୋଜକ ଶ୍ୟାମକାନୁ ମହାନ୍ତ, ତାଙ୍କ ବ୍ୟାଣ୍ଡ ସଦସ୍ୟ ଶେଖର ଜ୍ୟୋତି ଗୋସ୍ୱାମୀ ଏବଂ ଅମ୍ରିତ ପ୍ରଭା ମହାନ୍ତ, ତାଙ୍କ ସମ୍ପର୍କୀୟ ଭାଇ, ଆସାମ ପୋଲିସ ଡିଏସ୍ପି ସନ୍ଦିପାନ ଗର୍ଗ ଏବଂ ତାଙ୍କର ଦୁଇ ପିଏସ୍ଓ ନନ୍ଦେଶ୍ୱର ବୋରା ଏବଂ ପ୍ରବୀଣ ବୈଶ୍ୟ ଅନ୍ତର୍ଭୁକ୍ତ । ୩୦୦ରୁ ଅଧିକ ବ୍ୟକ୍ତିଙ୍କୁ ତଦନ୍ତବେଳେ ଜେରା କରିଛି ଏସଆଇଟି ।

ଉଲ୍ଲେଖ ଯୋଗ୍ୟ, ଉତ୍ତର-ପୂର୍ବ ଭାରତ ମହୋତ୍ସବରେ ଅଂଶଗ୍ରହଣ କରିବାକୁ ଜୁବୀନ ଗର୍ଗ ସିଙ୍ଗାପୁର ଯାଇଥିଲେ । ସେପ୍ଟେମ୍ବର ୧୯ତାରିଖରେ ସିଙ୍ଗାପୁରରେ ସ୍କୁବା ଡାଇଭିଂ କରୁଥିବା ସମୟରେ ଜୁବିନ୍ ଗର୍ଗଙ୍କ ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *