୫ ଦିନ ପରେ ଆନ୍ଦୋଳନରୁ ହଟିଲେ ଓଡ଼ିଶା କନିଷ୍ଠ ପ୍ରାଥମିକ ଶିକ୍ଷକ ସଂଘ । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ସହ ଆଲୋଚନା ପରେ ବିକ୍ଷୋଭ ସମାବେଶକୁ ସାମୟିକ ପାଇଁ ସ୍ଥଗିତ ରଖିଛି ସଂଘ । ୭ ଦିନ ଭିତରେ ସରକାରଙ୍କ ସହ ଆଲୋଚନା କରିବେ ବୋଲି ଶିକ୍ଷକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ । ୭ ଦିନ ଭିତରେ ଅଗ୍ରଗତି ନହେଲେ ପୁଣି ସବୁ BEO ଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ ଚେତାବନୀ ଦେଇଛି ସଂଘ । ପୂର୍ବରୁ, ଦାବି ପୁରଣ ନ ହେଲେ ଦେଢ଼ ଲକ୍ଷ ଶିକ୍ଷକ ସମୁହ ଛୁଟିରେ ଯିବେ ବୋଲି ଚେତାବନୀ ଦିଆଯାଇଥିଲା । ପ୍ରାଥମିକ ଶିକ୍ଷକ ସଂଘର ଆହ୍ବାନକ୍ରମେ ଶିକ୍ଷୟିତ୍ରୀଶିକ୍ଷକମାନେ ଲୋୟର ପିଏମ୍ଜିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଶିକ୍ଷକମାନେ ସମୂହ ଛୁଟିରେ ରହି ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତିଥିଲେ । ଫଳରେ ରାଜ୍ୟରେ ପ୍ରାଥମିକ ଶିକ୍ଷାରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧିରେ ଅହେତୁକ ଅବନତି ଘଟୁଥିଲା । Post navigation Malkangiri Violence: ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ Mahanadi Water Dispute: ମହାନଦୀ ଜଳ ବିବାଦ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି