Bollywood Producer Vikram Bhatt Arrested in Rs 30 Crore Fraud Case
୩୦ କୋଟି ଜାଲିଆତି ମାମଲାରେ ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟ ଗିରଫ । ମୁମ୍ବାଇ ପୋଲିସ ସହାୟତାରେ ରାଜସ୍ଥାନ ପୋଲିସ୍ ବଲିଉଡ୍ ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟ ଏବଂ ବିକ୍ରମଙ୍କ ପତ୍ନୀ ଶ୍ଵେତାମ୍ବରୀ ଭଟ୍ଟଙ୍କୁ ଗିରଫ କରିଛି ।
 
୭ ଦିନ ତଳେ ଉଦୟପୁର ପୋଲିସ୍ ବିକ୍ରମ ଓ ତାଙ୍କ ପତ୍ନୀଙ୍କ ନାଁରେ ଲୁକଆଉଟ୍ ନୋଟିସ୍ ଜାରି କରିଥିଲା । ବିକ୍ରମଙ୍କୁ ଗରିଫ ପରେ ତାଙ୍କୁ ମୁମ୍ବାଇରୁ ଟାଞ୍ଜିଟ୍ ରିମାଣ୍ଡରେ ଉଦୟପୁରକୁ ଆଣାଯାଇଛି ।
 
ଇନ୍ଦିରା ଗ୍ରୁପ୍ ଅଫ୍ କମ୍ପାନୀଜ୍‌ର ମାଲିକ ଡକ୍ଟର ଅଜୟ ମୁର୍ଡିଆ ବିକ୍ରମ ଭଟ୍ଟ ଓ ଅନ୍ୟ ଆଠ ଜଣଙ୍କ ବିରୁଦ୍ଧରେ ୩୦ କୋଟି ଟଙ୍କା ଠକେଇ ମାମଲାରେ ଏକ ଏଫଆଇଆର ଦାୟର କରିଥିଲେ ।
 
ସୂଚନା ଅନୁଯାୟୀ, ବିକ୍ରମ ଭଟ୍ଟ ଏବଂ ତାଙ୍କ ଦଳ, ଡକ୍ଟର ମୁର୍ଡିଆଙ୍କ ସ୍ୱର୍ଗତ ପତ୍ନୀଙ୍କ ସ୍ମୃତିରେ ଏକ ବାୟୋପିକ ନିର୍ମାଣ କରିବା ଏବଂ ସେଥିରେ ପୁଞ୍ଜି ନିବେଶ କରିବାକୁ କହିଥିଲେ ଓ ବାୟୋପିକଟି ୨୦୦ କୋଟି ଟଙ୍କା ରୋଜଗାର କରିବି ବୋଲି ପ୍ରଲୋଭିତ କରିଥିଲେ ।
 
 
 
 
 
 
 

By Nirvay

Leave a Reply

Your email address will not be published. Required fields are marked *