ରାଜ୍ୟରେ ୧୩୩ଟି ଶୀତଳ ଭଣ୍ଡାରରୁ ୩୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି । ଏ ନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ଆଜି ଗୃହରେ ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ରାଜ୍ୟରେ ଶୀତଳ ଭଣ୍ଡାର ସମ୍ପର୍କିତ ପ୍ରଶ୍ନ କରିଥିଲେ । ଶୀତଳ ଭଣ୍ଡାର ପାଇଁ କଣ ବ୍ୟବସ୍ଥା କରାଯାଇଛି ସେ ନେଇ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ମନ୍ତ୍ରୀ ହରିଚନ୍ଦନ କହିଛନ୍ତି ଯେ ରାଜ୍ୟରେ ଗତ ୧୦ ବର୍ଷ ମଧ୍ୟରେ ୨୬ ଟି ଶୀତଳ ଭଣ୍ଡାର ତିଆରି ହୋଇଛି ମାତ୍ର ସେଥିରୁ ୨୨ ଟି କାର୍ଯ୍ୟକ୍ଷମ ଓ ୪ଟି ଅଚଳ । ଯେଉଁଥିରେ ୨୦ଟି ସରକାରୀ ଓ ୭୮ଟି ବେସରକାରୀ ଶୀତଳଭଣ୍ଡାର ରହିଛି । ସବ୍ ଡିଭିଜନ ସ୍ତରରେ ୫୮ଟି ନିର୍ମାଣ ଲକ୍ଷ୍ୟ, ୨୫୨ କୋଟି ଟଙ୍କା ବ୍ୟୟବରାଦ । ୧୫ଟି ନୂଆ ଓ ୨ଟି ଅଚଳ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ପାଇଁ ଦରଖାସ୍ତ ପହଞ୍ଚିଛି । ସେହିପରି ରାଜ୍ୟରେ ମୋଟ ୧୩୩ଟି ଶୀତଳ ଭଣ୍ଡାର ରହିଛି । ସେଥିମଧ୍ୟରୁ ମାତ୍ର ୩୫ଟି କାର୍ଯ୍ୟକ୍ଷମ ଥିବାବେଳେ ୯୮ଟି ଅଚଳ ହୋଇପଡ଼ିଛି । ଅଚଳ ମଧ୍ୟରେ ୨୦ ଟି ସରକାରୀ ଏବଂ ୭୮ଟି ବେସରକାରୀ ଶୀତଳ ଭଣ୍ଡାର ରହିଛି । ଯାହାର କ୍ଷମତା ୨ ଲକ୍ଷ ୩୯ ହଜାର ୭୦୦ ମେଟ୍ରିକ୍ ଟନ୍ । କିନ୍ତୁ ନୂତନ ସରକାର ଆସିବା ପରେ ଗତ ଜାନୁୟାରୀ ମାସରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଆର୍ଥିକ ସହାୟତା ଭଳି ଏକ ଅଭିନବ ଯୋଜନା ଅଣାଗଲା । ସର୍ବଭାରତୀୟ ସ୍ତରରେ କେବଳ ଓଡ଼ିଶାରେ ଏହି ଯୋଜନା ଆସିଛି । ଏଥିରେ ପ୍ରତି ସବଡିଭିଜନରେ ଗୋଟେ ଗୋଟେ ୫୨ଟି ଏବଂ ଆବଶ୍ୟକ ପଡ଼ିଲେ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ କରାଯିବ । ଏଥିପାଇଁ ୨୫୨ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ ହୋଇଛି । ଆଗାମୀ ୫ ବର୍ଷ ୨୦୨୫-୨୬ ରୁ ୨୦୨୯-୩୦ଯାଏ ଯୋଜନା ଚାଲିବ । ଏହା ଦ୍ୱାରା ଲୋକେ ବିଭିନ୍ନ ପନିପରିବା ଓ ଫଳ ଚାଷ ଏଥିରେ ଯେଉଁମାନେ ଅନୁସୂଚିତ ଜାତି ଓ ଜନଜାତି, ମହିଳା ଏବଂ କିନ୍ନର ଉଦ୍ୟୋଗୀ ହୋଇଥିବେ ୬୦ ପର୍ଯ୍ୟନ୍ତ ସବସିଡି ଏବଂ ଅନ୍ୟ ବର୍ଗର ଉଦ୍ୟୋଗୀଙ୍କୁ ୫୦ ପ୍ରତିଶତ ସବସିଡି (୬ କୋଟି ବ୍ୟୟ ବରାଦ) ପ୍ରଦାନ କରିଛନ୍ତି । ଉଦ୍ୟୋଗୀମାନେ ବ୍ୟାଙ୍କରୁ ଯେଉଁ ଋଣ ନେଇଥିବେ ସେଥିରେ ୬ ପ୍ରତିଶତ ସୁଧ ସରକାର ବହନ କରିବେ । ବିଦ୍ୟୁତ ବିଲ୍ ଉପରେ ୫୦ ପ୍ରତିଶତ ସବସିଡ ପ୍ରଦାନ କରାଯିବ । ଯେଉଁ ଶୀତଳ ଭଣ୍ଡାର ଅଚଳ ହୋଇ ପଡ଼ିଛି, ତାକୁ କାର୍ଯ୍ୟକ୍ଷମ କରିବାକୁ ପ୍ରତି ଶୀତଳ ଭଣ୍ଡାର ପିଛା ଦେଢ଼ କୋଟି ଟଙ୍କା ପର୍ଯ୍ୟନ୍ତ ସହାୟତା ଦେବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । Post navigation Tara Tarini Temple in Darkness: ୩ ଦିନ ହେଲା ଅନ୍ଧାରରେ ତାରାତାରିଣୀ ପୀଠ