ରାଜ୍ୟର ସବୁ ଜିଲ୍ଲାପାଳ କାର୍ଯ୍ୟାଳୟଗୁଡ଼ିକର ହେବ ନବ କଳେବର। ମଡେଲ ଯୋଜନା ଅନୁଯାୟୀ ନୂଆ କଲେକ୍ଟରେଟ୍ କୋଠା ନିର୍ମାଣ ହେବ । କଲେକ୍ଟରେଟ୍ କୋଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯୋଡ଼ାଯିବ । ଏନେଇ ରାଜ୍ୟ ସରକାର ପକ୍ଷରୁ ଘୋଷଣା ହେବା ସହ ନୋଟିସ ଜାରି କରାଯାଇଛି ।

ମଡେଲ ଯୋଜନା ଅନୁଯାୟୀ ନୂଆ କଲେକ୍ଟରେଟ୍ କୋଠା ନିର୍ମାଣ ହେବ। ରାଜ୍ୟର ଜିଲ୍ଲାଗୁଡ଼ିକୁ ବଡ଼, ମଧ୍ୟମ ଓ କ୍ଷୁଦ୍ର ୩ ବର୍ଗରେ ବିଭକ୍ତ କରାଯାଇଛି। ବଡ଼ ଜିଲ୍ଲାରେ ୧ ଲକ୍ଷ ୭୦ ହଜାର ସ୍କୋୟାର ଫୁଟ୍‌ ଜମିରେ ଜିଲ୍ଲାପାଳ କାର୍ଯ୍ୟାଳୟ । ମଧ୍ୟମ ଜିଲ୍ଲାରେ ୧ ଲକ୍ଷ ୪୦ ହଜାର ସ୍କୋୟାର ଫୁଟ୍‌ ଜମିରେ ଜିଲ୍ଲାପାଳ କାର୍ଯ୍ୟାଳୟ । କ୍ଷୁଦ୍ର ଜିଲ୍ଲାରେ ୧ ଲକ୍ଷ ସ୍କୋୟାର ଫୁଟ ଜମିରେ ନିର୍ମାଣ ହେବ ଜିଲ୍ଲାପାଳ କାର୍ଯ୍ୟାଳୟ ।ଭୁବନେଶ୍ୱରରେ ନିର୍ମାଣ ୧୦ ମହଲା କୋଠାର ନୂଆ ସର୍କିଟ ହାଉସ । ଯେଉଁଥିରେ ଜିମ୍‌, ଲାଇବ୍ରେରୀ ସହ ୱାନ BHK ଓ ଟୁ BHK ରହିବ ।

Leave a Reply

Your email address will not be published. Required fields are marked *