Shubhankar Mishra lands in trouble after making remarks about Puri Jagannath Temple
ଶ୍ରୀମନ୍ଦିର ପ୍ରସଙ୍ଗରେ ଜଣାଶୁଣା ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ଟିପ୍ପଣୀକୁ ନେଇ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
 
ବିବାହ ପୂର୍ବରୁ ପ୍ରେମୀ ଯୁଗଳ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଲେ ସେମାନଙ୍କ ପ୍ରେମ କେବେବି ସଫଳ ହେବନାହିଁ, ସେମାନେ କେବେ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇପାରିବେ ନାହିଁ ବୋଲି ସେ ଟିପ୍ପଣୀ ଦେଇଛନ୍ତି ।
 
ଶ୍ରୀମନ୍ଦିର ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନେଇ ଭୁଲ୍ ଉପସ୍ଥାପନା କରି ଶୁଭଙ୍କର କହିଥିଲେ ଯେ, ଶ୍ରୀମନ୍ଦିର ଉପରେ ମା ରାଧାରାଣୀଙ୍କ ଅଭିଶାପ ପଡିଛି । ମା ରାଧାରାଣୀ ଶ୍ରୀକୃଷ୍ଣଙ୍କୁ ଜଗନ୍ନାଥଙ୍କ ରୂପରେ ଦର୍ଶନ କରିବାକୁ ଯାଉଥିବା ବେଳେ ସେବାୟତମାନେ ତାଙ୍କୁ ଅଟକାଇଥିଲେ । ତେଣୁ ମା ରାଧାରାଣୀ ରାଗିଯାଇ ଶ୍ରୀମନ୍ଦିରକୁ ଅଭିଶାପ ଦେଇଥିଲେ ।
 
ଏଠାରେ ପ୍ରଶ୍ନ ଉଠୁଛି, ଶୁଭଙ୍କର ମିଶ୍ର ଏହି ତଥ୍ୟ କେଉଁଠୁ ପାଇଲେ? ଏଭଳି ମିଛ ମନଗଢ଼ା କାହାଣୀ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନକୁ ତୀବ୍ର ଆଘାତ ଦେଇଛି । ଶୁଭଙ୍କର ଏହି ମନ୍ତବ୍ୟକୁ ପ୍ରତ୍ୟାହାର କରିବା ସହ କ୍ଷମା ମାଗିବା ପାଇଁ ଜଗନ୍ନାଥ ପ୍ରେମୀମାନେ ଦାବି କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *