ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି ତାଳଚେର ପୌର ପରିଷଦ ଅଧ୍ୟକ୍ଷ ପବିତ୍ର ଭୂତିଆ । ପୌର ପରିଷଦ ଅଧ୍ୟକ୍ଷଙ୍କ ସମେତ ୧୩ କାଉନସିଲର ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ପବିତ୍ରଙ୍କ ସମେତ ୧୩ କାଉନସିଲର । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଢେଙ୍କାନାଳ ବିଜେପି ସାଂସଦ ରୁଦ୍ର ପାଣିଙ୍କ ଉପସ୍ଥିତିରେ ତାଳଚେର ପୌର ପରିଷଦ ଅଧ୍ୟକ୍ଷଙ୍କ ସମେତ ୧୩ କାଉନସିଲର ବିଜେପିରେ ସାମିଲ ହୋଇଛନ୍ତି । ବିଜେପିର ଦଳୀୟ ନେତୃବୃନ୍ଦ ଅଶୋକ ମହାନ୍ତି, ଅଗସ୍ତି ବେହେରା, ପ୍ରତାପ ପ୍ରଧାନ, ବିଜେପି ବିଧାୟିକା ସୀମାରାଣୀ ନାୟକ ପ୍ରମୁଖ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଡବଲ ଇଞ୍ଜିନ ସରକାର ବିକାଶ ମଡେଲକୁ ଆଧାର କରି ସମସ୍ତେ ଏବେ ବିଜେପି ମୁହାଁ ହେଉଛନ୍ତି । ବିଜେପିରେ ସେମାନଙ୍କ ଯୋଗଦାନ ତାଳଚେରରେ ବିଜେପି ସଙ୍ଗଠନକୁ ଆହୁରି ମଜବୁତ କରୁଛି । Post navigation Odisha Assembly: ରାଜ୍ୟର ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ଖାଲି ପଡ଼ିଛି ୨୪୬୭ଟି ଶିକ୍ଷକ ପଦବୀ