ଧର୍ମଶାଳା ବ୍ଲକ ଅଧ୍ୟକ୍ଷା ହେଲେ ବିଜେପି ସମର୍ଥିତ ସୁଚିସ୍ମିତା ଦାସ । ନିର୍ଦ୍ଧାରିତ ସମୟରେ ଆଉ କେହି ପ୍ରାର୍ଥୀପତ୍ର ଦାଖଲ ନକରିବାରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଫଳରେ ଏହି ଆସନ ବିଜେପି ହାତକୁ ଯାଇଛି । ସୁଚିସ୍ମିତା ଦାସ ହେଉଛନ୍ତି କ୍ଷେତ୍ରପାଳ ପଞ୍ଚାୟତର ସମିତିସଭ୍ୟ । ପ୍ରଭାତ ବଳଵାନ୍ତରାୟଙ୍କ ଇସ୍ତଫା ପରେ ଖାଲି ପଡିଥିଲା ଅଧ୍ୟକ୍ଷ ପଦ।

ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଏକାଧିକ ଆଶାୟୀ ଥିବାବେଳେ ବିଧାୟକ ହିମାଂଶୁ ଶେଖର ସାହୁ ସୁଚିସ୍ମିତାଙ୍କ ନାମରେ ମୋହର ମାରିଥିଲେ । ସୁଚିସ୍ମିତା ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ଏକମାତ୍ର ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ମୋଟ ୪୫ ପଞ୍ଚାୟତକୁ ନେଇ ଗଠିତ ଧର୍ମଶାଳା ବ୍ଲକରେ ଅଧ୍ୟକ୍ଷଭାବେ ନିର୍ବାଚିତ ହେବା ପାଇଁ ୨୩ ଜଣ ସମିତି ସଭ୍ୟ/ସଭ୍ୟାଙ୍କ ସମର୍ଥନ ଆବଶ୍ୟକ ରହିଥିଲା।

Leave a Reply

Your email address will not be published. Required fields are marked *