ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ଜେଲ୍ରୁ ଫୁଲବାଣୀ ଜେଲ୍ ସ୍ଥାନାନ୍ତର ହେଲେ ଅଭିଯୁକ୍ତ ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓରଫ୍ ପିଣ୍ଟୁ । କଡ଼ା ସୁରକ୍ଷା ମଧ୍ୟରେ ଅଭିଯୁକ୍ତକୁ ଫୁଲବାଣୀ ଜେଲ୍କୁ ଆଣିଲା ପୋଲିସ । ବ୍ରହ୍ମପୁର ଜେଲ୍ରେ ପିଣ୍ଟୁଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ତାଙ୍କୁ ସ୍ଥାନାନ୍ତର କରିବାକୁ ବ୍ରହ୍ମପୁର ଏସ୍ଡିଜେଏମ୍ କୋର୍ଟରେ ଆବେଦନ କରାଯାଇଥିଲା। ଆଜି ତାଙ୍କୁ ଫୁଲବାଣୀ ଜେଲ୍କୁ ଆଣିଲା ପୋଲିସ । ସୂଚନା ଅନୁଯାୟୀ, ବ୍ରହ୍ମପୁର ଜେଲ୍ରେ ପିଣ୍ଟୁଙ୍କ ଏକାଧିକ ଅପରାଧରେ ସଂପୃକ୍ତ ପିଣ୍ଟୁଙ୍କ ବିରୋଧୀ କ୍ରିମିନାଲ୍ ବି ରହିଛନ୍ତି ସେହି ଜେଲରେ। ପିଣ୍ଟୁ ଦାଶଙ୍କ ସହଯୋଗୀ ଶାନ୍ତି ମିଶ୍ରଙ୍କୁ କରାଯାଇଥିଲା ହତ୍ୟା । ଆଉ ଏହି ମାମଲାକୁ ଲଢ଼ୁଥିଲେ ସ୍ବର୍ଗତ ପୀତବାସ ପଣ୍ଡା। ଏଥିରେ ୧୩ ଜଣଙ୍କୁ ଗିରଫ କରି ବ୍ରହ୍ମପୁର ସର୍କଲ ଜେଲକୁ ପଠାଇଥିଲା ପୋଲିସ। ତା’ମଧ୍ୟରୁ ଏବେ ୬ ଜଣ ଜାମିନରେ ବାହାରେ ଥିବାବେଳେ ଜେଲରେ ଅଛନ୍ତି ୭ ଜଣ। ସେହି ୭ ଜଣଙ୍କ ମଧ୍ୟରେ ଅନ୍ୟତମ ଦୁର୍ଦ୍ଦାନ୍ତ ଅପରାଧୀ ରହିଛି ସତୀଶ ମିଶ୍ର ଓରଫ ମଉଜ। ଯିଏ ପୂର୍ବରୁ ପିଣ୍ଟୁ ଦାଶଙ୍କ ଉପରକୁ ମଧ୍ୟ ଗୁଳିମାଡ଼ କରିଥିଲା। ଏହି ମାମଲାର ଅଭିଯୁକ୍ତମାନଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇସାରିଥିବା ବେଳେ ସେମାନେ ଏବେ ବ୍ରହ୍ମପୁର ଜେଲ୍ରେ ଅଛନ୍ତି । ତେଣୁ ସେଠାରେ ପିଣ୍ଟୁଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ବ୍ରହ୍ମପୁର ଜେଲ୍ ଅଧୀକ୍ଷକ ତାଙ୍କୁ ଅନ୍ୟ ଜେଲ୍କୁ ସ୍ଥାନାନ୍ତର କରିବାକୁ କୋର୍ଟକୁ ନିବେଦନ କରିଥିଲେ । Post navigation Bihar Election: ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏ ପକ୍ଷରୁ ଜାରି ହେଲା ସଙ୍କଳ୍ପ ପତ୍ର Bus Fire Safety: ଯାତ୍ରୀବାହୀ ବସ୍ରେ ବାଧ୍ୟତାମୂଳକ ଅଗ୍ନି ସୁରକ୍ଷା ବ୍ୟବସ୍ଥା