ଦେଶ ପାଳୁଛି ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ। ଏହି ଉପଲକ୍ଷେ ସାରା ଦେଶରେ ‘ଏକତା ଦିବସ’ ପାଳନ କରାଯାଉଛି। ଏହାକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ସାରା ଦେଶରେ ପାଳନ କରାଯାଉଛି । ଏହି ଅବସରରେ ଭୁବନେଶ୍ୱରରେ ଏକତା ଦୌଡ଼ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିରେ ଯୋଗ ଦେଇ ସର୍ଦ୍ଦାର ପଟେଲଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥି ସହିତ ରନ୍ ଫର୍ ୟୁନିଟି ଦୌଡ଼ କାର୍ଯ୍ୟକ୍ରମକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଗଣଦୌଡ଼ରେ ସାମିଲ ହୋଇଥିଲେ। ସୂଚନା ଯୋଗ୍ୟ; ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ସକାଳ ୭ଟାରେ ‘ଏକତା ଦୌଡ଼’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ସର୍ଦ୍ଦାର ପଟେଲଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ରନ୍ ଫର୍ ୟୁନିଟି ଦୌଡ଼ କାର୍ଯ୍ୟକ୍ରମକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏବଂ ଏହି ଗଣଦୌଡ଼ରେ ସାମିଲ ହୋଇଥିଲେ। ଏହି ଗଣଦୌଡ଼, କଳିଙ୍ଗ ଷ୍ଟାଡିଅମରୁ ଆରମ୍ଭ ହୋଇ ପାୱାର ହାଉସ ଛକ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଭିନ୍ନତାରେ ଏକତା ହେଉଛି ଭାରତର ଆତ୍ମା ଓ ଶକ୍ତି। ଜାତି, ଧର୍ମ, ଭାଷା, ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ ,ଏହି ଆତ୍ମବୋଧ ଆମକୁ ଏକଜୁଟ ରଖେ ଓ ଦେଶକୁ ଶକ୍ତିଶାଳୀ କରେ। ସର୍ଦ୍ଦାର ପଟେଲ ଏକ ଏମିତି ମହାନ ନେତା ଥିଲେ, ଯିଏ ଶତାଧିକ ରାଜା ରଜୁଡାଙ୍କୁ ଏକତା ସୁତ୍ରରେ ବାନ୍ଧି ଏକ ଅଖଣ୍ଡ ଭାରତ ଗଢିଥିଲେ। ସର୍ଦ୍ଦାର ପଟେଲଙ୍କ ଦୃଢ଼ ସଙ୍କଳ୍ପ, ଦୃଷ୍ଟିକୋଣ ବଳରେ ଆମେ ଆଜି ଭାରତ କୁ ‘ଏକ’ ଦେଖୁଛୁ । ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଯେ ଆମେ ସମସ୍ତେ ମିଳିମିଶି, ସଂଘବଦ୍ଧ ଭାବେ କାମ କଲେ ଖୁବ ଶୀଘ୍ର ବିକଶିତ ଭାରତର ସ୍ଵପ୍ନକୁ ସାକାର କରିପାରିବା। ଏହି ଦୌଡ଼ ହେଉଛି ସେହି ଏକତା, ସମନ୍ୱୟ ଓ ଦେଶପ୍ରେମର ପ୍ରତୀକ। ୨୦୧୪ ମସିହାରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ରନ୍ ଫର ୟୁନିଟି” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ, ଏବଂ ୨୦୧୮ ମସିହାରେ ଗୁଜରାଟର କେଭାଡିଆ ଠାରେ ସର୍ଦ୍ଦାର ପଟେଲଙ୍କ ୧୮୨ ମିଟର ଉଚ୍ଚ “Statue of Unity” ଅନାବରଣ ହୋଇଥିଲା ଯାହା ବିଶ୍ୱର ସର୍ବବୃହତ୍ ପ୍ରତିମା ଭାବେ ଭାରତୀୟ ଗୌରବର ପ୍ରତୀକ ହୋଇଉଠିଛି । Post navigation Nuapada By-Election: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ: ଲୋକସମ୍ପର୍କ ଅଧିକାରୀ ନିଲମ୍ବିତ Police SI Exam Scam: SI ପରୀକ୍ଷା କେଳେଙ୍କାରୀ ମାମଲା; ସିବିଆଇକୁ ସହଯୋଗ କରିବ କ୍ରାଇମବ୍ରାଞ୍ଚ