ଆକ୍ସନ ମୋଡରେ ନିର୍ବାଚନ କମିଶନ । ନିର୍ବାଚନ ଆଦର୍ଶ ଆଚରଣ ବିଧି କୁ ଉଲଘଂନ କରିବା ସରକାରୀ ଅଧିକାରୀଙ୍କ ପାଇଁ ପଡ଼ିଛି ମାହାଙ୍ଗା । ଏବେ ଚାଲିଛି ନିର୍ବାଚନୀ ମାହୋଲ ଚାଲିଥିବା ବେଳେ ନିର୍ବାଚନ ଆଚରଣ ବିଧି ଉଲଂଘନ କରି କାର୍ଯ୍ୟରୁ ନିଲମ୍ବନ ହେଲେ ଲୋକସମ୍ପର୍କ ଅଧିକାରୀ । ଲୋକ ସମ୍ପର୍କ ଅଧିକାରୀ ତନୁଜା ମହାନ୍ତିଙ୍କୁ ନିଲମ୍ବିତ କଲା ସୂଚନା ଓ ଲୋକସମ୍ପର୍କ ବିଭାଗ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ । ଲୋକ ସମ୍ପର୍କ ଅଧିକାରୀ ତନୁଜା ମହାନ୍ତି, OS-IIଙ୍କୁ ୭୧-ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ଉପ-ନିର୍ବାଚନ -୨୦୨୫ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ସଂହିତାର ଉଲଂଘନ କରିଥିବା ହେତୁ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛି। ନିଲମ୍ବନ ଅବଧି ମଧ୍ୟରେ, ତନୁଜା ରାଜ୍ୟ ମୁଖ୍ୟାଳୟ ଭୁବନେଶ୍ବରରେ ରହିବେ । ବିନା ଅନୁମତିରେ ମୁଖ୍ୟାଳୟ ନଛାଡିବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଦିଆଯାଇଛି । ଏବଂ ସେ ପ୍ରତିଦିନ ସୂଚନା ଓ ଲୋକସମ୍ପର୍କର ନିର୍ଦ୍ଦେଶକ ସମ୍ମୁଖରେ ରିପୋର୍ଟ କରିବେ। Post navigation Women’s ODI World Cup: ମହିଳା ବିଶ୍ବକପ କ୍ରିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଫାଇନାଲରେ ଭାରତ Run For Unity: ଏକତା ଦୌଡ଼ କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ