ନୂଆପଡା ବିଧାନସଭା ଉପନିର୍ବାଚନରେ ପରିପ୍ରେକ୍ଷୀ ରେ ଆଜି ସକାଳେ ନୂଆପଡ଼ା ଏନଏସିର ଏକତା ଛକରେ ବିଜେପି ପକ୍ଷରୁ “ଚାଏ ପେ ଚର୍ଚ୍ଚା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସାମିଲ ହୋଇ ସ୍ଥାନୀୟ ବାସିନ୍ଦାଙ୍କ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ଚର୍ଚା ଆଲୋଚନା କରିଥିଲେ ।

ଆଲୋଚନାରେ ସ୍ଥାନୀୟ ବାସିନ୍ଦାଙ୍କର ଉତ୍ସାହ ପରିଲକ୍ଷିତ ହୋଇଥିଲା ଦେଶର ବାହ୍ୟ ଓ ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ଲୋକେ ମୋଦି ସରକାରଙ୍କର ପ୍ରଶଂସା କରିଥିଲେ । ବାଟମାରଣାକୁ ରୋକିବାପାଇଁ ଡ଼ିବିଟି ମାଧ୍ୟ୍ୟମରେ ହିତାଧିକାରୀଙ୍କୁ ଦିଆଯାଉଥିବା ଆର୍ଥିକ ସହାୟତା ମୋଦି ସରକାରଙ୍କର ଏକ ବଡ ଉପଲବ୍ଧିବୋଲି ଲୋକେ ମତ ପ୍ରକାଶ କରିଥିଲେ । ଗତ ୧୬ ମାସରେ ମୋହନ ମାଝୀଙ୍କ ସରକାର ଯେଉଁ ଜଣ ହିତକାରୀ ଯୋଜନା ହାତକୁ ନେଇଛନ୍ତି ତାହା ଧୀରେ ଧୀରେ ଲୋକାଲୋଚନକୁ ଆସିଲାଣି ବୋଲି ଉପସ୍ଥିତ ସାଧାରଣ ଜନତା ସ୍ୱୀକାର କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ, ବିଧାୟକ ବାବୁ ସିଂ, ପୂର୍ବତନ ସାଂସଦ ପ୍ରଭାସ ସିଂ, ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ଦଳୀୟ ନେତୃବୃନ୍ଦ ଓ ସ୍ଥାନୀୟ ଜନସାଧାରଣ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *