ତେଲେଙ୍ଗାନାରେ ଆତ୍ମସମର୍ପଣ କଲେ ୨ ମାଓ ନେତା ।ହାର୍ଡକୋର୍ ସେଣ୍ଟ୍ରାଲ୍ କମିଟି ମେମ୍ବର ପୁଲୁରି ରାଓଙ୍କ ସମେତ ଷ୍ଟେଟ୍ କମିଟି ମେମ୍ବର ବାଣ୍ଡି ପ୍ରକାଶ ଓରଫ୍ ପ୍ରଭାତଙ୍କ ଆତ୍ମସମର୍ପଣ । ୨ ମାଓ ନେତାଙ୍କ ନାଁରେ ଦେଢ କୋଟିରୁ ଅଧିକ ଟଙ୍କାର ପୁରସ୍କାର ଥିଲା । ପୋଲିସ ଡିଜି ବି. ଶିବାଧର ରେଡ୍ଡୀଙ୍କ ଉପସ୍ଥିତିରେ ଉଭୟ ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ସୂଚନା ଯୋଗ୍ୟ; ପ୍ରସାଦ ରାଓ କେନ୍ଦ୍ରୀୟ ମାଓ କମିଟିର ସଦସ୍ୟ ଥିବାବେଳେ ବନ୍ଦୀ ପ୍ରକାଶ ତେଲେଙ୍ଗାନା କମିଟି ସଦସ୍ୟ ଥିଲା । ପ୍ରସାଦ ରାଓ ଦୀର୍ଘ ୪୫ ବର୍ଷ ଧରି ମାଓ ସଂଗଠନ ସହିତ ଜଡ଼ିତ ଥିଲା । ସେ ପେଡ୍ଡାପାଲ୍ଲୀ ଜିଲ୍ଲା ଜୁଲାପାଲ୍ଲୀ ଥାନା ଅନ୍ତର୍ଗତ ବଡ଼କାପୁରର ମୂଳ ବାସିନ୍ଦା ଅଟେ । ତାଙ୍କ ବାପା ସରକାରୀ ବିଦ୍ୟାଳୟର ଜଣେ ପ୍ରଧାନ ଶିକ୍ଷକ ଥିଲେ । ତା ସ୍ତ୍ରୀ କୁରସାଙ୍ଗୀ ମୋଠିବାଇ ମଧ୍ୟ ମାଓବାଦୀ ଥିଲା । ତାକୁ ୨୦୧୩ରେ ଗିରଫ କରାଯାଇଥିଲା । ୨୦୧୫ରେ ଜେଲରୁ ମୁକ୍ତ ହେବା ପରେ ସେ ଆଡ଼ିଲାବାଦରେ ରହୁଛି । ସେହିପରି ପ୍ରକାଶ ସିଙ୍ଗାରେନୀ ଖଣି ଅଞ୍ଚଳରେ ଜଣେ ମୁଖ୍ୟ ସଂଗଠକ ଥିଲା । ଉଭୟଙ୍କୁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ପ୍ରସାଦକୁ ୨୫ ଲକ୍ଷ ଏବଂ ପ୍ରକାଶକୁ ୨୦ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ଦିଆଯାଇଛି । Post navigation DroupadiMurmu: ଅମ୍ବାଲା ଏୟାରବେସରୁ ରାଫେଲ ଯୁଦ୍ଧବିମାନରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ Fire At Lok Seva Bhawan: ଲୋକସେବା ଭବନରେ ଅଗ୍ନିକାଣ୍ଡ