ନୂଆପଡ଼ାରେ ଜମୁଛି ପ୍ରଚାର ମୈଦାନ, ତିନି ପ୍ରମୁଖ ଦଳର ହେଭିୱେଟ ପ୍ରଚାରର ମଙ୍ଗ ଧରିଛନ୍ତି । ଆଜି ନିର୍ବାଚନୀ ପ୍ରଚାର ମଇଦାନ କୁ ଓହ୍ଲେଇଛନ୍ତି ଜୟ ଙ୍କ ମାତା ତଥା ପୁର୍ବତନ ବିଧାୟକ ରାଜେନ୍ଦ୍ର ଙ୍କ ପତ୍ନୀ କଳ୍ପନା ଢୋଲକିଆ । ପୁର୍ବତନ ମନ୍ତ୍ରୀ ତଥା ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ସ୍ଵର୍ଗବାସ ପରେ ବର୍ତ୍ତମାନ ନୂଆପଡ଼ା ରେ ଚାଲିଛି ବିଧାନସଭା ଉପନିର୍ବାଚନ । ନିର୍ବାଚନୀ ମଇଦାନ ରେ ରାଜେନ୍ଦ୍ର ଙ୍କ ପୁଅ ଜୟ ଢୋଲକିଆ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ଠୁଁ ଆରମ୍ଭ କରି ଅନେକ ନେତା ମନ୍ତ୍ରୀ ସାଂସଦ ବର୍ତ୍ତମାନ ନୂଆପଡ଼ା ରେ କରୁଛନ୍ତି ନିର୍ବାଚନୀ ପ୍ରଚାର । ସାଂସଦ ନବଚରଣ ମାଝୀ, ବିଜେପି ରାଜ୍ୟ ସମ୍ପାଦକ ଭଗବାନ ମହାନ୍ତି ଙ୍କ ସହ ମିଶି ନୂଆପଡା ବ୍ଲକ୍ ସାହିପଲା ଗ୍ରାମ ପଞ୍ଚାୟତରେ ନିର୍ବାଚନ ପ୍ରଚାର କରିଛନ୍ତି । ନିର୍ବାଚନୀ ସଭାରେ ବ୍ୟାପକ ଜନସମାଗମ ଦେଖିବାକୁ ମିଲିଛି । Post navigation Cyclone Montha: ବାତ୍ୟା ପାଇଁ ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାରେ ୨ ଦିନ ସ୍କୁଲ୍ ଛୁଟି ଘୋଷଣା India Maritime Week 2025: ଇଣ୍ଡିଆ ମେରିଟାଇମ୍ ୱିକ୍ – ୨୦୨୫ ରେ ଓଡିଶାର ସାମୁଦ୍ରିକ ଦୃଷ୍ଟିକୋଣ ପ୍ରଦର୍ଶନ