ଆସନ୍ତାକାଲି ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସକାଳ ସାଢ଼େ ୧୦ଟାରେ ବାତ୍ୟା ମୁକାବିଲା ପାଇଁ ବରିଷ୍ଠ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନର ଦେଓ ରଞ୍ଜନ ସିଂହଙ୍କ ସମେତ ଜଳ ସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ , ବିଭିନ୍ନ ବିଭାଗର ମୁଖ୍ୟ ସଚିବ, ଭିସି ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ପ୍ରସ୍ତୁତି ସମୀକ୍ଷା ବୈଠକ ରାଜସ୍ବ ମନ୍ତ୍ରୀ କହିଥିବା ବେଳେ ଗତକାଲି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ବୋଲି ସୂଚନା ମିଳିଛି। ଅନ୍ୟପଟେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା ବୈଠକ ଶେଷ ହୋଇଛି । ପ୍ରସ୍ତୁତି ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି । ଏବେ ୧୮ କିଲୋମିଟର ବେଗରେ ଆଗକୁ ବଢୁଛି । ବାତ୍ୟା ପ୍ରଭାବରେ ଯେମିତି କାହାର ଜଣଙ୍କର ବି ପ୍ରାଣ ହାନି ନ ହୁଏ ଅର୍ଥାତ୍ ଜିରୋ କାଜୁଆଲଟି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ବାତ୍ୟାର ଗତି ବଢ଼ୁଛି, ତେଣୁ ବାତ୍ୟାର ପ୍ରଭାବ କମ୍ ରହିବ ବୋଲି ପାଣିପାଗ ବିଭାଗର ବିଶେଷଜ୍ଞମାନେ ଆକଳନ କରିଛନ୍ତି । ମାଲକାନଗିରି ଦେଇ ବାତ୍ୟା ଛତିଶଗଡ଼ ମୁହାଁ ହେବ । ସେଥିପାଇଁ ଛତିଶଗଡ଼ରେ ବର୍ଷା ହେଲେ ମହାନଦୀରେ ପାଣି ଆସିବାର ସମ୍ଭାବନା ରହିଛି । ସେଥିପାଇଁ ଜଳ ସମ୍ପଦ ଅଧିକାରୀଙ୍କ ପରାମର୍ଶ ଅନୁସାରେ ବିଭିନ୍ନ ଜଳଭଣ୍ଡାରରେ ଗଚ୍ଛିତ ଥିବା ପାଣିକୁ ନିଷ୍କାସନ କରାଯାଇଛି ବୋଲି ଜଣାପଡିଛି । ଛତିଶଗଡ଼ ଆଡକୁ ଯିବ ବାତ୍ୟା। ସମୁଦ୍ର ଭିତରେ ବେଗ ବଢ଼ାଇ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ବାତ୍ୟା ମୋନ୍ଥା। ପୂର୍ବରୁ ଏହା ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ବଢ଼ୁଥିବାବେଳେ, ଏବେ କିନ୍ତୁ ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ଆଗକୁ ବଢ଼ୁଛି। ଗତ ୬ ଘଣ୍ଟା ଧରି ଏହା ସମୁଦ୍ର ଭିତରେ ଘଣ୍ଟା ପ୍ରତି ୧୮ କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି। ବିଭିନ୍ନ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ହେଲପ ଲାଇନ ନମ୍ବର ଜାରି ହୋଇଛି । Post navigation CycloneMontha: ରାଜଧାନୀରେ ବାତ୍ୟା ମୋନ୍ଥା ମୁକାବିଲା ପାଇଁ ପ୍ରସ୍ତୁତ ବିଏମ୍ସି: ସୁଲୋଚନା ଦାସ SIR In India: ୨ୟ ପର୍ଯ୍ୟାୟରେ ୧୨ ରାଜ୍ୟରେ ଏସ୍ଆଇଆର୍