ଛତିଶଗଡ଼ରେ ଆତ୍ମସମର୍ପଣ କଲେ ୨୧ କ୍ୟାଡର୍‌ ମାଓବାଦୀ । କାଙ୍କେର ଜିଲ୍ଲାରେ ୨୧ କ୍ୟାଡର୍‌ ୧୩ ମହିଳାଙ୍କ ସହ ୮ ପୁରୁଷ ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି। ସେମାନେ ହିଂସାର ପଥ ପରିତ୍ୟାଗ କରି ଆତ୍ମସମର୍ପଣ କରିଛନ୍ତି। ସେମାନେ ପ୍ରଶାସନକୁ ୧୮ଟି ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। ସେଥିରେ ରହିଛି ୩ AK-47, ୪ SLR, ୨ ଇନ୍‌ସାସ୍‌, ୬ଟି ଥ୍ରୀ ନଟ୍‌ ଥ୍ରୀ ରାଇଫଲ  ।

ସୂଚନା ଯୋଗ୍ୟ; ଆତ୍ମସମର୍ପଣ କରିଥିବା କ୍ୟାଡରମାନେ କେଶକାଲ ଡିଭିଜନ (ସିପିଆଇ (ମାଓବାଦୀ)ର ଉତ୍ତର ଉପ-ଜୋନାଲ ବ୍ୟୁରୋ)ର କୁଏମାରି/କିସ୍କୋଡୋ ଏରିଆ କମିଟିର ଥିଲେ। କ୍ୟାଡରମାନେ ସ୍ୱେଚ୍ଛାକୃତ ଆତ୍ମସମର୍ପଣ ପାଇଁ ତାଡକିର ଅନ୍ତଗଡ଼ ବ୍ଲକର ବାରେବେଡା ଗାଁରେ ଏକତ୍ରିତ ହୋଇଥିଲେ।

ଏହି ସ୍କ୍ୱାଡ୍ କେଶକାଲ ଏବଂ ଅନ୍ତଗଡ଼ର ସୀମାନ୍ତ ଜଙ୍ଗଲରେ ସକ୍ରିୟ ଥିଲେ। ପରେ ସେମାନଙ୍କୁ ଆନୁଷ୍ଠାନିକ ପ୍ରକ୍ରିୟାକରଣ ଏବଂ ଡକ୍ୟୁମେଣ୍ଟେସନ୍ ପାଇଁ ଭାନୁପ୍ରତାପପୁରକୁ ନିଆଯାଇଥିଲା। ସେମାନଙ୍କ ପୁନର୍ବାସ ପ୍ରକ୍ରିୟାର ଅଂଶ ସ୍ୱରୂପ ଆଇନଗତ ଔପଚାରିକତା ଏବଂ ଯାଞ୍ଚ ପ୍ରକ୍ରିୟା ଚାଲିଛି।

Leave a Reply

Your email address will not be published. Required fields are marked *