ବାତ୍ୟା ପ୍ରଭାବିତ ଅଞ୍ଚଳରେ ବନ୍ଦ ରହିବ ଅଙ୍ଗନବାଡ଼ି। ଏ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହା ସହ ଗର୍ଭବତୀ ମହିଳାଙ୍କୁ ମେଡିକାଲକୁ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ସବୁ ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କୁ ଦାୟିତ୍ବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଏହା ସହ ଭୟଭୀତ ନ ହେବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅପିଲ୍ କରିଛନ୍ତି ।

ମାଡି ଆସୁଛି ବାତ୍ୟା ମୋନ୍ଥା। ଏହାର ପ୍ରଭାବରେ ୨୮ ଏବଂ ୨୯ ତାରିଖରେ ସାରା ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୮ ତାରିଖରେ ମାଲକାନଗିରି ଓ କୋରାପୁଟ, ରାୟଗଡା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।

ରାଜ୍ୟରେ ପ୍ରବଳ ଅତି ପ୍ରବଳ ବର୍ଷା ଓ ପବନର ବହିବାର ସମ୍ଭାବନା ଥିବାରୁ ଆସନ୍ତା କାଲି ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡି କେନ୍ଦ୍ରକୁ ।

Leave a Reply

Your email address will not be published. Required fields are marked *