Krushna Chandra Mohapatra-Cyclone Montha: Odisha govt cancels leaves of staffs
ସମ୍ଭାବ୍ୟ ବାତ୍ୟା ଏବଂ ପ୍ରବଳ ବୃଷ୍ଟିପାତକୁ ଦୃଷ୍ଟିରେ ରଖି ସହରାଞ୍ଚଳରେ ଜରୁରୀକାଳୀନ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଏହାସହିତ ଅଧିକାରୀଙ୍କୁ ଷ୍ଟେସନ ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।
 
ସେ କହିଛନ୍ତି ଯେ, ସମସ୍ତ ସହରାଞ୍ଚଳଗୁଡ଼ିକରେ ଥିବା ଓ୍ୱାଟର ଲଗିଂ ଜାଗାକୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି ତଥା ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ଆଲର୍ଟରେ ରଖାଯାଇଛି । ଡ୍ରେନେଜ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହ ତଳିଆ ଅଞ୍ଚଳରେ ଯେପରି ପାଣି ନଜମେ ସେଥିପାଇଁ ଧ୍ୟାନ ଦେବାକୁ କୁହାଯାଇଛି ।
 
ରନ୍ଧା ଖାଦ୍ୟ ଏବଂ ଯଥେଷ୍ଟ ମାତ୍ରାରେ ପିଇବା ପାଣିର ବ୍ୟବସ୍ଥା କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଜଳ ଯୋଗାଣ ଏବଂ ଡିଜି ସେଟ୍‌କୁ ମଧ୍ୟ ପ୍ରସ୍ତୁତ ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
 
ସମ୍ଭାବ୍ୟ ବାତ୍ୟା ପାଇଁ ବାଲେଶ୍ୱରରେ ଜିଲ୍ଲାପାଳ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି । ପରିସ୍ଥିତି ନିଯନ୍ତ୍ରଣାଧୀନ ହେବା ପର୍ଯ୍ୟନ୍ତ ଛୁଟି ବାତିଲ୍ ହୋଇଥିବାବେଳେ ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ ଯୋଗଦେବାକୁ ଏବଂ ଅଧିକାରୀଙ୍କୁ ନିଜ ନିଜ ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

By Nirvay

Leave a Reply

Your email address will not be published. Required fields are marked *