ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିର ଆଗୁଆ ଜାମିନ୍ ଆବେଦନ ଖାରଜ । ଶଙ୍କର ପୃଷ୍ଟିର ଆଗୁଆ ଜାମିନ୍ ଆବେଦନ ଖାରଜ କଲେ ହାଇକୋର୍ଟ । ଏହା ସହ ଶଙ୍କରର ପତ୍ନୀ ଦୀପ୍ତିମୟୀ ସାହୁଙ୍କ ଆଗୁଆ ଜାମିନ୍ ମଧ୍ୟ ଖାରଜ କରାଯାଇଛି । ଦୀପ୍ତିମୟୀଙ୍କୁ ତଳ କୋର୍ଟରେ ହାଜର ହୋଇ ଜାମିନ ଆବେଦନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଘଟଣା ଦିନଠାରୁ ଉଭୟ ପତି ପତ୍ନୀ ଫେରାର ଅଛନ୍ତି । 

ସୂଚନା ଯୋଗ୍ୟ; ସେପ୍ଟେମ୍ବର ୨୯ ରାତିରେ ବ୍ରହ୍ମପୁର ପୋଲିସ, ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ୧୧୪ ଜଣ ପ୍ରାର୍ଥୀ ଏବଂ ତିନି ଜଣ ଏଜେଣ୍ଟଙ୍କୁ ନେଇ ଯାଉଥିବା ତିନୋଟି ବସ୍ ଅଟକାଇବା ପରେ ଏହି ଠକେଇ ସାମ୍ନାକୁ ଆସିଥିଲା। ସେବେଠାରୁ ଦୀପ୍ତିମୟୀ ଏବଂ ପୃଷ୍ଟି ଉଭୟ ଫେରାର୍ ଅଛନ୍ତି।

ଚଳିତ ମାସ ଆରମ୍ଭରେ କ୍ରାଇମବ୍ରାଞ୍ଚ ଏହି ରାକେଟରେ ଶଙ୍କରର ଦୁଇ ମୁଖ୍ୟ ସହଯୋଗୀ ମୁନ୍ନା ମହାନ୍ତି ଏବଂ ଶ୍ରୀକାନ୍ତ ମହାରଣା ଓରଫ ରିଙ୍କୁକୁ ଗିରଫ କରିଥିଲା। ଗୋଟିଏ ଦିନ ପରେ ଆଉ ଚାରି ଜଣ ଅଭିଯୁକ୍ତ ପ୍ରିୟଦର୍ଶିନୀ ସାମଲ, ଟି ଅଭିମନ୍ୟୁ ଦୋରା, ଅରବିନ୍ଦ ଦାସ ଏବଂ ବିଶ୍ୱରଞ୍ଜନ ବେହେରାଙ୍କୁ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *