nomination-filing-for-nuapada-by-poll-comes-to-an-end-today
ନୂଆପଡା ଉପ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆଜି ଶେଷ ହୋଇଛି । ସମୁଦାୟ ୧୭ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
 
ତିନି ପ୍ରମୁଖ ରାଜନୀତି ଦଳର ତିନି ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ବିଜୁ ଜନତା ଦଳରୁ ସ୍ନେହାଙ୍ଗିନୀ ଛୁରିଆ, ବିଜେପିରୁ ଜୟ ଢୋଲକିଆ ଏବଂ କଂଗ୍ରେସରୁ ଆଦିବାସୀ ନେତା ଘାସିରାମ ମାଝୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
 
ସେହିପରି ସମାଜବାଦୀ ପାର୍ଟିରୁ ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟିରୁ ହେମନ୍ତ ତାଣ୍ଡି, ବହୁଜନ ସମାଜ ପାର୍ଟିରୁ ରାଜା ରାମ ସାହୁ ସମେତ ୧୧ ଜଣ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସ୍ୱାଧୀନ ପ୍ରାର୍ଥୀ ହେଲେ ସୁଖଧର ଦଣ୍ଡସେନା, ଆଶ୍ରୟ ମହାନନ୍ଦ, ଇ.ଚକ୍ରାନ୍ତ ଜେନା, ପୁରୁଷୋତ୍ତମ ବେହେରା, କମଲ କୁମାର ଛତ୍ରିଆ, ଭୁବନଲାଲ ସାହୁ, ଲୋଚନ ସିଂ ମାଝୀ, ଭୁଜବଳ ଆଡ଼ବଙ୍ଗ, କିଶୋର କୁମାର ବାଗ, ଭକ୍ତ ବନ୍ଧୁ ଧରୁଆ ଏବଂ ନୀତି ବାଗ ।
 
ନୂଆପଡା ଉପ ନିର୍ବାଚନ ପାଇଁ ୨୧ ତାରିଖରେ ନାମାଙ୍କନ ଯାଞ୍ଚ ହେବ । ୨୩ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନିଜ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ତା ପରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ନଭେମ୍ବର ୧୧ ତାରିଖରେ ହେବ ନୂଆପଡା ଉପ ନିର୍ବାଚନ । ୧୪ ତାରିଖରେ ଆସିବ ଫଳାଫଳ ।

By Nirvay

Leave a Reply

Your email address will not be published. Required fields are marked *