ଦୁଇଟି ନୂଆ ଗିନିଜ୍ ବିଶ୍ୱ ରେକର୍ଡ କଲା ଅଯୋଧ୍ୟାରେ ଦୀପୋତ୍ସବ । ଦୀପାବଳିରେ ୨୬ଲକ୍ଷରୁ ଅଧିକ ଦୀପ ଜାଳି ଶ୍ରୀରାମଙ୍କ ନଗରୀ ଗିନିଜ ବୁକ ଅଫ ରେକର୍ଡରେ ନୂଆ କୀର୍ତିମାନ ସ୍ଥାପନ କରିଛି । ଏହାସହିତ ୨୧୨୮ ବେଦାଚାର୍ଯ୍ୟଙ୍କ ଦ୍ୱାରା ଏକକାଳୀନ ଆରତି ମାଧ୍ୟମରେ ଦ୍ୱିତୀୟ ବିଶ୍ୱ ରେକର୍ଡ ହାସଲ କରିଛି ଅଯୋଧ୍ୟା। ଗିନିଜ୍ ବିଶ୍ୱ ରେକର୍ଡ ପୁରସ୍କାର ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ୨୬ ଲକ୍ଷ ୧୧ ହଜାର ୧୦୧ ଦୀପରେ ଝଲସୁଛି ଅଯୋଧ୍ୟା ନଗରୀ । ସୂଚନା ଯୋଗ୍ୟ; ଦୀପ ଜଳାଯିବା ସହିତ ଏକ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି । ୨୦୧୭ ମସିହାରୁ ଅଯୋଧ୍ୟାରେ ଦୀପୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି। ପ୍ରତିବର୍ଷ ଏଠାରେ ଦୀପ ସଂଖ୍ୟା ବୃଦ୍ଧି ପାଉଛି। ପ୍ରାରମ୍ଭରେ ଏଠାରେ ପ୍ରାୟ ଏକ ଲକ୍ଷ ଦୀପ ଜଳାଯାଉଥିଲା। ବର୍ତ୍ତମାନ ଏହି ସଂଖ୍ୟା ୨୬ ଲକ୍ଷରେ ପହଞ୍ଚିଛି। ଦୀପୋତ୍ସବ ପୂର୍ବରୁ ଅଯୋଧ୍ୟାରେ ବିଶ୍ୱ ରେକର୍ଡ ସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ସରୟୁ ନଦୀକୂଳରେ ଅନୁଷ୍ଠିତ ଆରତୀରେ ୨୧,୦୦୦ ରୁ ଅଧିକ ଲୋକ ଅଂଶଗ୍ରହଣ କରି ଗିନିଜ୍ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଏହା ସହ ଚଳିତ ବର୍ଷ ଦୀପୋତ୍ସବ କାର୍ଯ୍ୟକ୍ରମରେ ଏକକାଳୀନ ୨୬ ଲକ୍ଷରୁ ଅଧିକ । ପ୍ରତିବର୍ଷ ପରି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେ ରାମ ଏବଂ ସୀତା ବେଶରେ ସଜ୍ଜିତ କଳାକାରମାନଙ୍କୁ ପୂଜା କରିଥିଲେ। ରାମ ଭକ୍ତମାନେ ପୂର୍ଣ୍ଣ ଭକ୍ତିର ସହିତ ଦୀପୋତ୍ସବ ଉତ୍ସବରେ ଅଂଶଗ୍ରହଣ କରି ଏହାର ମହିମା ବୃଦ୍ଧି କରିଥିଲେ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, “ଦୀପୋତ୍ସବ ୨୦୨୫ ପାଇଁ ମୁଁ ରାଜ୍ୟବାସୀଙ୍କୁ ମୋର ହୃଦୟର ସହିତ ଶୁଭେଚ୍ଛା ଜଣାଉଛି। ଏହି ଦୀପୋତ୍ସବ କାର୍ଯ୍ୟକ୍ରମ ମାଧ୍ୟମରେ, ଆମେ ଉତ୍ତର ପ୍ରଦେଶ ପାଇଁ ଏକ ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା କରିଛୁ। ଉତ୍ତର ପ୍ରଦେଶରେ ଡବଲ-ଇଞ୍ଜିନ ସରକାର ଗଠନ ହେବା ପରଠାରୁ, ଆମେ ନିରନ୍ତର ପ୍ରୟାସ କରିଛୁ ଯେ ଉତ୍ତର ପ୍ରଦେଶର ନାଗରିକଙ୍କ ପରିଚୟ ସହ ଯେମିତି କୌଣସି ବୁଝାମଣା ନ ହେଉ । Post navigation Sujeet Kumar in Trouble: ନରେଶ ଅଗ୍ରୱାଲ ଓ ବିଜେପି ସାଂସଦ ସୁଜିତଙ୍କ ସମ୍ପର୍କ କ’ଣ ସ୍ପଷ୍ଟ ହେଉ: କଂଗ୍ରେସ Ama Bus service: ଆଜି ଦିନ ୩ଟା ପରେ ଆମ ବସ୍ ସେବା ବନ୍ଦ