ଆସନ୍ତା ୨୦ ତାରିଖରେ ଦୀପାବଳି। ସେହି ଦିନ ଦୀପଦାନ ଏବଂ ପୟା ଶ୍ରାଦ୍ଧ ପାଳିବାକୁ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ କୁହାଯାଇଥିବା ବେଳେ ଆସନ୍ତା ୨୦ ତାରିଖ ସୋମବାର ହୋଇପାରେ ଦୀପାବଳି ଛୁଟି ।

ସରକାର ୨୧ ତାରିଖ ପରିବର୍ତ୍ତେ ୨୦ ତାରିଖକୁ ଛୁଟି ଘୋଷଣା କରିବାକୁ ଦାବି ହୋଇଥିବା ବେଳେ ଏବେ ରାଜସ୍ବ ବିଭାଗ ପକ୍ଷରୁ ଏନେଇ ପ୍ରସ୍ତାବ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରସ୍ତାବ ଦିଆଯାଇଥିବା ସୂଚନା ମିଳିଛି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନି।

ସୂଚନା ଯୋଗ୍ୟ; ଦୀପାବଳୀ ତିଥି ବାରରେ ଭିନ୍ନତା ରହୁଥିବାରୁ ଲୋକେ ଦ୍ୱନ୍ଦ୍ୱରେ ପଡୁଛନ୍ତି। କେବେ ଦେବେ ପୟାଶ୍ରାଦ୍ଧ? ପାଞ୍ଜିରେ ଭିନ୍ନଭିନ୍ନ ମତ ଯୋଗୁଁ ଜନସାଧାରଣଙ୍କ ମଧ୍ୟରେ ଦୀପାବଳି ପାଳନକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। କିଛି ପାଞ୍ଜିରେ ଦୀପାବଳି ୨୦ ତାରିଖରେ ଓ ଆଉ କିଛି ପାଞ୍ଜିରେ ୨୧ ତାରିଖରେ ପାଳନ ନେଇ ଉଲ୍ଲେଖ ରହିଥିବା ବେଳେ ୨୦ ତାରିଖ ଦୀପାବଳିରେ ହେବ ପୟାଶ୍ରାଦ୍ଧ ବୋଲି ସ୍ପଷ୍ଟ କରିଥିଲା ମୁକ୍ତି ମଣ୍ଡପ ପଣ୍ଡିତ ସଭା।

Leave a Reply

Your email address will not be published. Required fields are marked *