ଦୀପାବଳି ପୂର୍ବରୁ ଜାରି ହେଲା ଗାଇଡଲାଇନ । ସନ୍ଧ୍ୟା ୭ଟାରୁ ୯ଟା ଯାଏ ବାଣ ଫୁଟାଇବାକୁ ମିଳିଲା ଅନୁମତି । ଏ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। ବାଣ ଫୁଟାଇବା ସମୟରେ ସୁରକ୍ଷା ପାଇଁ ପରାମର୍ଶ ଦିଆଯାଇଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବେରିୟମ ଓ କେମିକାଲଯୁକ୍ତ ବାଣ ବିକ୍ରି, ବ୍ୟବହାର ମନା କରାଯାଇଛି ।

ସେହିପରି ୧୨୫ ଡେସିବେଲ୍ରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ମନା କରାଯାଇଛି। ପାର୍କ, ସାଇଲେନ୍ସ ଜୋନ (ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ, କୋର୍ଟ)ର ୧୦୦ ମିଟରରେ ବାଣ ଫୁଟାଇବାକୁ ବାରଣ କରାଯାଇଛି। ସେହିପରି ଧାର୍ମିକ ଅନୁଷ୍ଠାନର ଶହେ ମିଟର ପରିଧି ମଧ୍ୟରେ ବି ବାଣ ଫୁଟାଯିବନି। ଖୋଲା ସ୍ଥାନରେ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ରହିଛି।

ଏଥିସହିତ ବସ୍ତି ସହ ରାସ୍ତା ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ବାଣ ଫୁଟାକୁ ବାରଣ କରାଯାଇଛି। ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ଶବ୍ଦଯୁକ୍ତ ବାଣ ଦେବାକୁ ମନା କରାଯାଇଛି। ଏହି ନିୟମଗୁଡିକ ନମାନିଲେ ୨ହଜାର ଟଙ୍କା ଜରିମାନା ଦେବାକୁ ହେବ।

ଗାଇଡଲାଇନ ଅନୁସାରେ ବାଣ ଫୁଟାଇବା ସମୟରେ ନିକଟରେ ପାଣି କିମ୍ବା ବାଲି ରଖନ୍ତୁ । ସେହିପରି ବାଣକୁ ହାତରେ ଧରି କଳାନ୍ତୁନାହିଁ, ସଦା ଭୂମିରେ ରଖ ଜଳାନ୍ତୁ । ବାଣ ଫୁଟିବା ସମୟରେ ସୁରକ୍ଷିତ ଦୂରତାକୁ ଯାଆନ୍ତୁ । ପ୍ରଥମ ଥରରେ ନ ଫୁଟିଥିବା ବାଣକୁ ପୁଣିଥରେ କଳାଇବାର ଚେଷ୍ଟା କରନ୍ତୁ ନାହିଁ ।ବ୍ୟବହୃତ ବାଣି ଓ ତାହାର ଅବଶିଷ୍ଟକୁ ସୁରକ୍ଷିତ ଭାବରେ ନିଷ୍କାସନ କରନ୍ତୁ, ଯାହାଦ୍ବାରା ଅକସ୍ମାତ ଅଧିକାଶରୁ ବଞ୍ଚାଯାଇପାରିବ । ସେହିପରି ପଶୁପକ୍ଷୀଙ୍କୁ ବାଣର ଧୂଆଁରୁ ଓ ଶବ୍ଦରୁ ସୁରକ୍ଷା କରନ୍ତୁ, କାରଣ ସେମାନେ ଏହା ପ୍ରତି ସ୍ପର୍ଶକାତର । ବୃଦ୍ଧମାନେ ଓ ଶ୍ଵାସ ରୋଗୀମାନେ ବାଣର ଧୂଆଁରୁ ଦୁରେଇ ରହିବାକୁ ପରାମର୍ଶ ଦିଆଯାଇଅଛି । ବାଣ ଫୁଟାଇବା ସମୟରେ ଆଖ ସୁରକ୍ଷା ପାଇଁ ପାରଦର୍ଶୀ ଚଷମା ପିନ୍ଧିବା ଉଚିତ ।

Leave a Reply

Your email address will not be published. Required fields are marked *