ଭାରତ ଏବଂ ୟୁକେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ୪୬୮ ନିୟୁତ ଡଲାରର ଏକ ପ୍ରମୁଖ ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମରଙ୍କ ଭାରତ ଗସ୍ତର ଦ୍ୱିତୀୟ ଏବଂ ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ସମୟରେ ୪୬୮ ନିୟୁତ ଡଲାର (ପ୍ରାୟ ୩,୮୮୪ କୋଟି ଟଙ୍କା) ମୂଲ୍ୟର ଏହି ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ଏହି ଚୁକ୍ତିନାମା ଅନୁଯାୟୀ ବ୍ରିଟେନ ଭାରତୀୟ ସେନାକୁ କମ୍ ଓଜନ ବିଶିଷ୍ଟ ମଲ୍ଟିରୋଲ୍ ମିସାଇଲ୍ (LMMs) ଯୋଗାଇବ । ଯାହା ୟୁକେର ପ୍ରତିରକ୍ଷା ଶିଳ୍ପକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ପ୍ରଦାନ କରିବା ସହ ଭାରତୀୟ ସଶସ୍ତ୍ର ବାହିନୀର ରଣନୈତିକ କ୍ଷତାକୁ ଆହୁରି ବୃଦ୍ଧି କରିବ । ଏହି ହାଲୁକା ମଲ୍ଟିରୋଲ୍ ମିସାଇଲ୍ ସ୍ଥଳ ଏବଂ ସମୁଦ୍ର ଉଭୟରେ ବ୍ୟବହାର କରାଯାଇପାରିବ । Post navigation କଫ୍ ସିରପ୍ ପିଇ ଶିଶୁଙ୍କ ମୃତ୍ୟୁ ଘଟଣା: କଂପାନୀ ମାଲିକ ଗିରଫ ସୁରକ୍ଷା ସମସ୍ୟା ପାଇଁ ପାକିସ୍ତାନରେ ଇଣ୍ଟରନେଟ୍ ସେବା ବନ୍ଦ