ନିର୍ବାଚନ ଆୟୋଗ ଉପରେ ଭୋଟ୍ ଚୋରି ନେଇ ଟାର୍ଗେଟ କରିଛନ୍ତି କଂଗ୍ରେସ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସାମ୍ୱାଦିକ ସମ୍ମିଳନୀରେ ଇସିଆଇଙ୍କ ବିରୋଧରେ ଆଉ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାହୁଲ ଗାନ୍ଧୀ। ଭୋଟରକୁ ବେଆଇନ ଭାବେ ଡିଲିଟ୍ କରିବା ଏବଂ ଯୋଡିବାର ଅଭିଯୋଗ କରିଛନ୍ତି ରାହୁଲ । ସେ କର୍ଣ୍ଣାଟକର ଆଲନ୍ଦ ସିଟ ଏବଂ ମହାରାଷ୍ଟ୍ରର ରାଜୁରା ବିଧାନସଭା ଆସନର ଉଦାହରଣ ଦେଇଛନ୍ତି । ରାହୁଲ କହିଛନ୍ତି, ରାଜ୍ୟ ବାହାରର ନମ୍ବର ବ୍ୟବହାର କରାଯାଇ ଭୋଟର ଲିଷ୍ଟ ଡିଲିଟ ହୋଇଛି । କର୍ଣ୍ଣାଟକରେ ୬୦୧୮ ଭୋଟର କାଟିଲେ, ମହାରାଷ୍ଟ୍ରରେ ୬୧୮୦ ଯୋଡ଼ିଲେ । କର୍ଣ୍ଣାଟକ CID ମୁଖ୍ୟ ନିର୍ବାଚନ କମିଶନରଙ୍କୁ ୧୮ ଥର ଚିଠି ଲେଖିଛନ୍ତି । କିନ୍ତୁ ମୁଖ୍ୟ ନିର୍ବାଚନ କମିଶନରଙ୍କ ଗୋଟିଏ ଥର ବି ଉତ୍ତର ମିଳିନି । ଯେଉଁଠି କଂଗ୍ରେସ ଶକ୍ତିଶାଳୀ ସେଠାରେ ଭୋଟର ଲିଷ୍ଟ ଡିଲିଟ୍ । ଫେକ୍ ଲଗ୍ ଇନ୍ ଜରିଆରେ ଭୋଟର ଲିଷ୍ଟ ଡିଲିଟ ହୋଇଛି । ଏହା ସୁନିୟୋଜିତ, ୧୦ ବର୍ଷ ହେଲାଣି ଏଭଳି ଭୋଟ୍ ଚୋରି ଚାଲିଛି । ଭାରତର ଗଣତନ୍ତ୍ର ହାଇଜ୍ୟାକ ହୋଇ ଯାଇଛି । ଏହାକୁ ଦେଶର ଜନତା ବଞ୍ଚାଇ ପାରିବେ । ସେ ଆଉ ମଧ୍ୟ କହିଛନ୍ତି ମୁଁ ଯାହା କରୁଛି ତାହା ମୋର କାମ ନୁହେଁ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ମୋର କାମ ଏହାର ସୁରକ୍ଷା ଯେଉଁ ମାନଙ୍କ ଦାୟିତ୍ବ ସେଥିରେ ସେମାନେ ଖିଲାପ କରୁଛନ୍ତି। ଆସନ୍ତା ୨-୩ ମାସ ମଧ୍ୟରେ ସମସ୍ତଙ୍କୁ ବାସ୍ତବ ଚିତ୍ର ଦେଖିବାକୁ ମିଳିବ। ଏହା ସହ ରାହୁଲ ଗାନ୍ଧୀ ନିଜର ଅଭିଯୋଗ ଉପରେ ଜବାବ ଦେବାକୁ ନିର୍ବାଚନ ଆୟୋଗଙ୍କୁ ଗୋଟିଏ ସପ୍ତାହର ସମୟ ଦେଇଛନ୍ତି । କେବଳ ଏତିକି ନୁହେଁ ତାଙ୍କୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମଧ୍ୟ ଭିତିରିଆ ସାହାଯ୍ୟ ମିଳୁଛି । ସେ କହିଛନ୍ତି ପ୍ରଥମେ ଏମିତି ହେଉ ନ ଥିଲା, ମାତ୍ର ଏବେ ଖବର ଆସୁଛି । ଏହି ଧାରା ଏବେ ଆଉ ଅଟକିବ ନାହିଁ । କାରଣ ହିନ୍ଦୁସ୍ଥାନର ଜନତା ଏହାକୁ ସ୍ୱୀକାର କରିବେ ନାହିଁ । ଥରୁଟିଏ ଦେଶର ଜନତା ଜାଣିବେ ଯେ, ଭୋଟ୍ ଚୋରି କେମିତି ହେଉଛି, ଏହା ପରେ ଇସିଆଇର ଖେଳ ଖତମ । ଅଦାଲତ ଯିବାର ପ୍ରଶ୍ନ ଉପରେ ରାହୁଲ ଗାନ୍ଧୀ କହିଛନ୍ତି, ମୋର କାମ ବିରୋଧୀ ଦଳ ନେତା ଭାବେ କାମ କରିବା । ସରକାରଙ୍କ ଉପରେ ଚାପ ପକାଇବା ମୋର କାମ । ମାତ୍ର ହିନ୍ଦୁସ୍ଥାନର ଗଣତନ୍ତ୍ରକୁ ରକ୍ଷା କରିବା ମୋର କାମ ନୁହେଁ । ତଥାପି ମୁଁ ଗଣତନ୍ତ୍ରକୁ ବଞ୍ଚାଇବା କାମ କରୁଛି । ମୋର ଚିନ୍ତା ଏହା ଯେ, ଜଣେ ଦେଶଭକ୍ତ ଏବଂ ଉତ୍ତମ ନାଗରିକ ଭାବେ କାମ କରିବା । Post navigation ରାଜରାସ୍ତାରେ ଯାତ୍ରୀଙ୍କୁ ମାଡ଼ ମାରିଲେ ଆମ ବସ୍ କଣ୍ଡକ୍ଟର ମଲ ପାର୍କିଂ ଫି ମାମଲା: ବିଏମସି ଆଭିମୁଖ୍ୟ ଅସ୍ପଷ୍ଟ