ଅର୍ଚ୍ଚନା ନାଗଙ୍କ ଓକିଲାତି ଲାଇସେନ୍ସ ସାମୟିକ ଭାବେ ନିଲମ୍ବିତ କରାଯାଇଛି । ଲାଇସେନ୍ସ ନିଲମ୍ବନ ନେଇ ଆଇନଜୀବୀ ପରିଷଦ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଲାଇସେନ୍ସ ଆବେଦନ ଫର୍ମରେ ତ୍ରୂଟିପୂର୍ଣ୍ଣ ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ତରଫରୁ ଅର୍ଚ୍ଚନା ନାଗଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ଓକିଲାତି ଲାଇସେନ୍ସ ପାଇଁ ଅର୍ଚ୍ଚନା ଦାଖଲ କରିଥିବା ଫର୍ମରେ ତାଙ୍କ ବିରୋଧରେ ବିଚାରାଧୀନ ଥିବା ଅପରାଧିକ ମାମଲା ସମ୍ପର୍କରେ ତଥ୍ୟ ଉଲ୍ଲେଖ କରି ନଥିଲେ । ତାଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନାହିଁ ବୋଲି ସେ ଉଲ୍ଲେଖ କରିଥିଲେ । ଏକାଧିକ ବ୍ୟବସାୟରେ ସମ୍ପୃକ୍ତି ଥାଇ ମଧ୍ୟ ସେ ତଥ୍ୟ ଲୁଚାଇଥିବା ଅଭିଯୋଗ ହେଲା ପରେ ଲାଇସେନ୍ସ ନିଲମ୍ୱନ କରିଦିଆଯାଇଛି । Post navigation ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୭୫ ତମ ଜନ୍ମଦିନ ଅବସରରେ ଆଜିଠୁ ଆରମ୍ଭ ହେଲା ସେବାପକ୍ଷ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିବସରେ ଓଡ଼ିଶାରେ ଲାଗିଲା ରେକର୍ଡ ସଂଖ୍ୟକ ୧,୪୯,୧୧,୩୩୯ ଗଛ